୩ ଘଂଟାର ସର୍ଚ୍ଚ ଅପରେସନ୍ ପରେ ନିଖୋଜ ପବନହଂସ ହେଲିକପ୍ଟର ଠାବ ! ମୁମ୍ବାଇ ଉପକୂଳରୁ ମିଳିଲା ଧ୍ୱଂସାବଶେଷ, ୫ ମୃତଦେହ ଉଦ୍ଧାର

55

କନକ ବ୍ୟୁରୋ: ଦୀର୍ଘ ୩ ଘଂଟା ପରେ ମିଳିଲା ଆରବ ସାଗରରେ ନିଖୋଜ ହୋଇଥିବା ଓଏନଜିସି ହେଲିକପ୍ଟର୍ । ମୁମ୍ବାଇ ଉପକୂଳରୁ ପବନହଂସ ହେଲିକପ୍ଟରର ଧ୍ୱଂସାବଶେଷ ମିଳିବା ସହ ୫ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ତୈଳ ଓ ପ୍ରାକୃତିକ ଗ୍ୟାସ ଆୟୋଗର କର୍ମଚାରୀଙ୍କୁ ନେଇ ମୁମ୍ବାଇ ତଟରୁ ପ୍ରାୟ ୩୦ ନଟିକାଲ୍ ମାଇଲ ଦୁରରେ ଥିବା ମୁମ୍ବାଇ ହାଇକୁ ନିଆଯାଉଥିବା ବେଳେ ଓଏନଜିସି ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।

ଏହି ପବନହଂସ ହେଲିକପ୍ଟରଟି ମୁମ୍ବାଇର ଜୁହୁରୁ ସକାଳ ୧୦ଟା ୨୦ ମିନିଟରେ ଉଡ଼ାଣ ଭରିଥିଲା । ହେଲିକପ୍ଟରରେ ମୋଟ ୭ ଜଣ ଥିଲେ । ୧୦ଟା ୫୮ରେ ଏହା ଅବତରଣ କରିବାର ଥିବା ବେଳେ ୧୦ଟା ୩୦ରେ ଏଟିସି ସହ ହେଲିକପ୍ଟରର ସମ୍ପର୍କ ଛିନ୍ନ ହୋଇଥିଲା  । ସବାର ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଓଏନଜିସିର ବରିଷ୍ଠ କର୍ମଚାରୀ ଓ ୨ ଜଣ ପାଇଲଟ୍  ।