ଲଘୁଚାପ ଜନିତ ବର୍ଷା କାରଣରୁ ରେଳ ଟ୍ରାକରେ ୩ ଫୁଟ ଉଚ୍ଚର ପାଣି : ଅଧା ବାଟରେ ଅଟକି ରହିଛି ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ

38

କନକ ବ୍ୟୁରୋ : ସାରା ରାଜ୍ୟରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବା କାରଣରୁ ସାରା ଓଡିଶାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାୟଗଡା, ମାନକାନଗିରି, ଗଜପତି, ନବରଙ୍ଗପୁର, କୋରାପୁଟ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି ପରିସ୍ଥିତି ଏପରି ହୋଇଛି ଯେ, ରେଳ ଲାଇନ ଉପରେ ୩ ରୁ ୪ ଫଟ ପାଣି ଲହରୀ ଭାଙ୍ଗୁଛି । ତେଣୁ ଅନେକ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଆଜି ସକାଳୁ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସେପ୍ରେସ ପୁଙ୍ଗିତରାଇଠାରେ ସକାଳ ୮ ଟା ରୁ ଅଟକି ରହିବା ସହ କୋରାପୁଟ–ବିଶାଖାପାଟନମ ଡିଏମୟୁ ଲତକ୍ଷ୍ମୀପୁର ଠାରେ ଅଟକି ରହିଛି ବୋଲି ଜଣାପଡିଛି ।

ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ଯେଉଁ ସ୍ଥାନରେ ଟ୍ରେନ ଅଟକି ରହିଛି ସେହି ସ୍ଥାନରେ ଏତେ ଲୋକମାନଙ୍କ ପାଇଁ ଖାଇବାର ସୁବିଧା ନଥିବାରୁ ଛୋଟ ପିଲାମାନେ ଓ ବୟସ୍କ ଲୋକ ସବୁଠାରୁ ଅଧିକ ହଇରାଣ ହେଉଥିବା ଖବର ମିଳିଛି । ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ କଥା ହେଲା ପାଣିପାଗ ବିଭାଗ ଆହୁରି ୨୪ ଘଣ୍ଟା ବର୍ଷା ହେବ ବୋଲି ପୂବାନୁମାନ କରିଛି । ତେଣୁ ଟ୍ରେନ ଲାଇନ ଉପରୁ କେବେ ପାଣି କମିବ ଲୋକମାନେ ସେଠାରୁ ନିଜ ଗନ୍ତବ୍ୟସ୍ଥାନରେ ପହଞ୍ଚିବେ ତାହା ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯେଉଁଠାରେ ଟ୍ରେନ ଅଟକି ରହିଛି ସେଠାରେ ଏପର୍ଯ୍ୟନ୍ତ କୈାଣସି ରେଳବାଇ କର୍ମଚାରୀ ପହଞ୍ଚିନଥିବା ଖବର ମିଳିଛି । ଯାହାକି ନେଇ ଯାତ୍ରୀମାନଙ୍କ ମନରେ ଅସନ୍ତୋଷ ଦେଖାଯାଇଛି ।