ସାରା ରାଜ୍ୟରେ ପ୍ରବଳ ବର୍ଷା : ଟ୍ୱିନସିଟିରେ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ଏସଆରସି

36

କନକ ବ୍ୟୁରୋ : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେଉଛି । ଏହି ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ଓ ରାଜ୍ୟର ସଂସ୍କୃତିକ ରାଜଧାନୀ କଟକର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି । ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରରେ ଛୁଟି ଘୋଷଣା ହୋଇଛି । ସ୍କୁଲ ଓ କଲେଜ୍ ଛୁଟି ନେଇ ଏସଆରସି ବିଷ୍ଣୁପଦ ସେଠୀ ଘୋଷଣା କରିଛନ୍ତି । ଆଜି ଓ କାଲି ଅର୍ଥାତ୍ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଥିଲା ଆଂଚଳିକ ପାଣିପାଗ ବିଭାଗ ।

 

ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି । ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ବୋହୁଛି । ସେହିପରି ଜୟଦେବ ବିହାର ଓ ଆଚାର୍ଯ୍ୟବିହାର ଅଂଚଳରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇପଡିଛି । ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଯାଇଛି । ସେପଟେ କଟକରେ ମଧ୍ୟ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇପଡିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନର୍ଦ୍ଦମା ପାଣି ଭାସୁଛି । ରୋଭର ଷ୍ଟ୍ରୀଟ୍, ସୂତାହାଟ, ପଟାପୋଲ, ରାଣୀହାଟ ଓ ଖଟବିନ୍ ସାହି ଇତ୍ୟାଦି ଅଂଚଳ ଜଳମଗ୍ନ ହୋଇପଡିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ସିଏମସି ପକ୍ଷରୁ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଆଜି ଓ କାଲି ଅର୍ଥାତ୍ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ଆକଳନ କରିଥିଲା ।

ସେପଟେ କଟକରେ ମଧ୍ୟ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇପଡିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନର୍ଦ୍ଦମା ପାଣିର ସୁଅ ଛୁଟୁଛି । ରୋଭର ଷ୍ଟ୍ରୀଟ୍, ସୂତାହାଟ, ପଟାପୋଲ, ରାଣୀହାଟ ଓ ଖଟବିନ୍ ସାହି ଇତ୍ୟାଦି ଅଂଚଳ ଜଳମଗ୍ନ ହୋଇପଡିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ସିଏମସି ପକ୍ଷରୁ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ ।

ଲଘୁଚାପ ବର୍ଷାରେ ପୁରୀ ବଡଦାଣ୍ଡରେ ଆଣ୍ଠୁଏ ପାଣି ଜମିରହିଛି । ସେପଟେ ଶରଧାବାଲିରେ ମଧ୍ୟ ଚାଲିଛି ପାଣିର ସୁଅ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି । ସେପଟେ ପ୍ରଶାସନ ଆସନ୍ତା ୨୪ତାରିଖରେ ବନ୍ୟାଜଳ ଛାଡିବା ନେଇ ନିଷ୍ପତି ନେଇଛି । ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଟ୍ରାକ ନଷ୍ଟ ହୋଇଛି । ଫଳରେ ହୀରାଖଣ୍ଡ ସମେତ ଅନେକ ଟ୍ରେନ ଅଟକି ରହିଛି । ରାୟଗଡା କଲ୍ୟାଣସିଂହପୁର ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବୋଲି ଜଣାପଡିଛି । ସେପଟେ ମାଲକାନଗିରିରେ ବି ପ୍ରବଳ ବର୍ଷା ଲାଗିରହିଛି । ଜୟପୁର-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି । କଳାହାଣ୍ଡିରେ ବି ଲାଗିରହିଛି ପ୍ରବଳ ବର୍ଷା । ଜୟପାଟଣା ଅଂଚଳରେ ହାତୀ ଓ ଇନ୍ଦ୍ରାବତି ନଦୀରେ । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଉପକୂଳ ଅସ୍ତରଙ୍ଗ ଅଂଚଳ ଜଳମଗ୍ନ ହୋଇପଡିଛି । ସମୁଦ୍ରରେ ଅଶାନ୍ତ ଥିବା ବେଳେ ପ୍ରାୟ ୩ଫୁଟ ଉଚ୍ଚର ଜୁଆର ଉଠୁଛି ।