ଘଡିଏ ବର୍ଷାରେ ବେହାଲ୍ ହେଲା ରାଜଧାନୀ

28

heavy Rain in bhubaneswarଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି । ଭୁବନେଶ୍ୱରର ଗଳି କନ୍ଦିରୁ ରାଜରାସ୍ତା, ସବୁଠି ପାଣି । ଆଣ୍ଠୁୁଏ ଆଣ୍ଠୁଏ ପାଣିରେ ଅସ୍ତବ୍ୟସ୍ତ ହେଲେ ରାଜଧାନୀ ବାସୀ । ଏ ଦୃଶ୍ୟ ଦେଖି ଆପଣ ଅନୁମାନ କରିପାରୁଥିବେ କେମିତି ରହିଛି ସ୍ମାର୍ଟ ସିଟିର ସ୍ମାର୍ଟ ବ୍ୟବସ୍ଥା । ସହରର ଇସ୍କନ ମନ୍ଦିର ସମ୍ମୁଖରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଗାଡି ମୋଟର ସବୁ ପାଣିରେ । ଚାରି ଚକିଆର ଅବସ୍ଥା ବି ସମାନ । ସ୍ମାର୍ଟ ସିଟିରେ ସ୍ମାର୍ଟ ଡ୍ରେନେଜ୍ ବ୍ୟାବସ୍ଥା ନଥିବାରୁ ଘଂଟା ଘଂଟା ଜମିରହୁଛି ପାଣି ।