ମହାମାରୀ ମୁକାବିଲା ପାଇଁ ସରକାରଙ୍କ ରଣନୀତି : ମନରେଗା ଯୋଜନାରେ ନିର୍ମାଣ ହେବ ଘୁଷୁରୀ ଏନକ୍ଲୋଜର

30

ମାଲକାନଗିରି : ମାରାତ୍ମକ ଜାପାନୀ ଏନସେଫାଲାଇଟିସକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମନରେଗା ଯୋଜନାରେ ଘୁଷୁରୀ ଏନକ୍ଲୋଜର ନିର୍ମାଣ ହେବ ଏବଂ ଏହାକୁ ଜଗିବେ ସ୍ୱତନ୍ତ୍ର ଜଗୁଆଳୀ । ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ସଚିବ ଆରତୀ ଆହୁଜା ମାଲକାନଗିରିରେ ଏନସେଫାଲାଇଟିସ୍ ରୋଗ ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ପରେ ଏହା କହିଛନ୍ତି ସଚିବ । ଏହାଛଡା ରାଜ୍ୟ ସରକାର ଘୁଷୁରୀ ବିକ୍ରୀ ଓ ଚାଲାଣ ରୋକିବା ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏହା ଛଡା ମନ୍ତ୍ରୀ ଓ ସଚିବ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ ।

ଏଠାରେ ଥିବା ଅବ୍ୟବସ୍ଥା ନେଇ ମେଡିକାଲ କର୍ତୃପକ୍ଷଙ୍କୁ ସେମାନେ ତାଗିଦ କରିଥିଲେ। ମାଲକାନଗିରିରେ  ୨୫ ଦିନରେ ୨୭ ଜଣ ପିଲାଙ୍କ ଜୀବନ ଗଲାଣି। ଏବେ ବି ବହୁ ଆକ୍ରନ୍ତ ଅଛନ୍ତି। ଜାପାନୀ ଏନସେଫାଲାଇଟିସ୍ର ମୁକାବିଲା ପାଇଁ ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହ ଭୁବନେଶ୍ୱରରୁ ଯାଇଥିବା ୭ ଜଣିଆ ବିଶେଷଜ୍ଞ ଦଳ ଆସନ୍ତା ୧୫ ଦିନଯାଏଁ ମାଲକାନଗିରିରେ ରହିବେ।