ଘୂର୍ଣ୍ଣିଝଡ ଯୋଗୁଁ ଆଣ୍ଡାମାନର ହେଭଲକ ଦ୍ୱୀପରେ ଫସିଛନ୍ତି ୪ ଜଣ ଓଡିଆ ପର୍ଯ୍ୟଟକ

15

phasichhanti-odiaକନକ ବ୍ୟୁରୋ : ଘୂର୍ଣ୍ଣିଝଡ ଯୋଗୁଁ ଆଣ୍ଡାମାନର ହେଭଲକ ଦ୍ୱୀପରେ ଫସିଛନ୍ତି ୪ ଜଣ ଓଡିଆ ପର୍ଯ୍ୟଟକ । ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ଭ୍ରମଣରେ ଯାଇଥିବା ରାଉରକେଲାର ଦେବେଶ ପୁରୋହିତ ତାଙ୍କ ପରିବାରର ସଦସ୍ୟଙ୍କ ସହ ହେଭଲକ ଦ୍ୱୀପରେ ଅଟକ ରହିଛନ୍ତି । ଦ୍ୱୀପ ସହ ବାହ୍ୟ ଯୋଗାଯୋଗ ସଂପୂର୍ଣ ବିଛିନ୍ନ ହୋଇପଡିଛି । କେବଳ ଜଳଜାହାଜରେ ଯାଇ ହେଉଥିବା ହେଭଲକ ଦ୍ୱୀପରେ ବହୁ ପର୍ଯ୍ୟଟକ ଫସି ରହିଛନ୍ତି । ନୌସେନା ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସହାୟତା ପହଂଚାଇବାକୁ ଉଦ୍ୟମ ଜାରି ରହିଛି ।

ଆଣ୍ଡାମାନ ନିକୋବରର ହେଭଲକ ଦ୍ୱୀପରେ ଝଡ ବର୍ଷା ଯୋଗୁଁ ପ୍ରାୟ ୧୪ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଭାରତୀୟ ନୌସେନା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଆରମ୍ଭ କରିଛି । ଏଥିପାଇଁ ହେଭଲକ ଦ୍ୱୀପକୁ ନୌସେନାର ୪ ଟି ଜାହାଜ ପଠାଯାଇଛି । ଲୋକଙ୍କୁ ଦ୍ୱୀପରୁ ବାହାର କରିବା ପାଇଁ ପୋର୍ଟ ବ୍ଲେୟାରରେ ଏକ କଂଟ୍ରୋଲ ରୁମ ଖୋଲା ଯାଇଛି ।

ନୌସେନାର ୪ଟି ଯାତ୍ରୀବାହୀ ଜାହାଜ ପଠାଯାଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି । ଭାରତୀୟ ତଟରକ୍ଷୀ ବାହିନୀର ବିତ୍ରା, ବଙ୍ଗାରାମସ, କୁମ୍ଭୀର ଏବଂ ଏଲସିୟୁ-୩୮ ଜାହାଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଘୁର୍ଣ୍ଣିବାତ୍ୟା ହେବାର ସମ୍ଭାବନା ଥିବାରୁ ଫସି ରହିଥିବା ପର୍ଯ୍ୟଟଙ୍କ ପ୍ରତି ବିପଦ ବଢିବାରେ ଲାଗିଛି ।

ଦେଖନ୍ତୁ ଏହି ଭିଡିଓ :