ପାକିସ୍ତାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା : ୩ ବିଦେଶୀ ଯାତ୍ରୀଙ୍କ ସମେତ ୪୮ ମୃତ

33

screen-shot-2016-12-08-at-11-09-01-amକନକ ବ୍ୟୁରୋ : ପାକିସ୍ତାନ ଇଂଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ । ଏଥିରେ ଥିବା ସମସ୍ତ ୪୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ କ୍ରିୟୁ ମେମ୍ବରଙ୍କ ସହ ୩ ଜଣ ବିଦେଶୀ ଯାତ୍ରୀ ଥିବା ସୂଚନା ମିଳିଛି । ଏହା ସହ ପାକିସ୍ତାନର ପ୍ରସିଦ୍ଧ ଗାୟକ ଜୁନୈଦ ଜମଶେଦଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ପାକିସ୍ତାନ ଇଂଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ପିକେ-୬୬୧ ବିମାନଟି ଗତକାଲି ଅପରାହ୍ନରେ ଚିତରାଲରୁ ଇସଲାମାବାଦ ଯାଉଥିବା ବେଳେ ନିଖୋଜ ହୋଇ ଯାଇଥିଲା । ପରେ ଏହା ଆବୋଟାବାଦର ପାହାଡିଆ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଥିଲା । ବିମାନ ଉପରୁ ପାଇଲଟ୍ ନିୟନ୍ତ୍ରଣ ହରାଇବା ଦ୍ୱାରା ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫ