ବଢୁଛି ହାର୍ଦ୍ଦିକ ପଟେଲଙ୍କ ସମସ୍ୟା ! ପୁଣି ଏକ ସେକ୍ସ ଭିଡିଓ ଭାଇରାଲ ।

130

କନକ ବ୍ୟୁରୋ : ପାଖେଇ ଆସୁଛି ଗୁଜୁରାଟ ନିର୍ବାଚନ । ନିର୍ବାଚନ ତାରିଖ ଯେତେ ନିକଟତର ହେଉଛି ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମସ୍ୟା ସେତେ ବଢ଼ିବାରେ ଲାଗିଛି । ହାର୍ଦ୍ଦିକ ପଟେଲଙ୍କ ପୁଣି ଏକ ସିଡ଼ି ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ହାର୍ଦ୍ଦିିକ ଜଣେ ମହିଳାଙ୍କ ସହିତ ବେଡ଼ରେ ବସିଥିବା ଦେଖିବାକୁ ମିଳିଛି । ସେପଟେ ନିର୍ବାଚନ ପାଇଁ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଅପପ୍ରଚାର କରୁଥିବା କହିଛନ୍ତି ହାର୍ଦ୍ଦିକ ପଟେଲ୍ । ପୂର୍ବରୁ ମଧ୍ୟ ହାର୍ଦ୍ଦିକ ପଟେଲଙ୍କ ଏକାଧିକ ସିଡ଼ି ଭାଇରାଲ ହୋଇଥିଲା । ସେପଟେ ସିଡ଼ି ସାମ୍ନାକୁ ଆସିବାଯୋଗୁ ହାର୍ଦ୍ଦିକ ପଟେଲଙ୍କ ଲୋକପ୍ରିୟତା କମୁଥିବା କୁହାଯାଇଥିଲା ।

ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଗୁଜୁରାଟ ପଟିଦାର ନେତା ହାର୍ଦିକ ପଟେଲଙ୍କ ବିବାଦୀୟ ସେକ୍ସ ସିଡି । ଏହି ସିଡି ସାମନାକୁ ଆସିବା ପରେ ଅଡୁଆରେ ପଡିଥିଲେ ହାର୍ଦ୍ଦିକ। ସିଡିରେ ହାର୍ଦ୍ଦିକଙ୍କ ପରି ଦେଖା ଯାଉଥିବା ଜଣେ ଯୁବକଙ୍କ ସହ ଜଣେ ଯୁବତୀ ଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ ଏପଟ ସେପଟ ହେଉଥିବାବେଳେ ଯୁବତୀ କିଛି କହୁଥିବା ଶୁଣାଯାଉଥିଲା ।

ଏହି ସିଡିକୁ ପଟିଦାର ଆନ୍ଦୋଳନର ପୂର୍ବତନ ସହଯୋଗୀ ଅଶ୍ୱିନୀ ସାକଡସରିଆ ନାମକ ଜଣେ ଯୁବକ ଜାରି କରିଥିଲେ । ଗତକାଲି ଗୋଟିଏ ସିଡି ଆସିଥିବା ବେଳେ ଆଜି ଆଉ ଏକ ସିଡି ଭାଇରାଲ ହୋଇଥିଲା । ଏପରିକି ଏହି ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ଛଡାଯାଇଥିଲା । ଏହି ଭିଡିଓରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ଥିଲେ ।

ତେବେ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଥିଲେ ହାର୍ଦ୍ଦିକ ଏବଂ ବିଜେପି ବିରୋଧରେ ତାଙ୍କର ଲଢ଼େଇ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ସେ କହିଛନ୍ତି ମୁ ପୁରୁଷ, ନପୁଂସକ ନୁହେଁ । ତେଣୁ ଯାହା କରିବି ସାମ୍ନାରେ କରିବି । ବିଜେପି ଗୁଜରାଟ ନିର୍ବାଚନକୁ ନେଇ ଭୟଭୀତ । ତେଣୁ ଏଭଳି ରାଜନୀତି କରୁଛି । ସେପଟେ ବିଜେପି କହିଥିଲା ହାର୍ଦ୍ଦିକ ବିଜେପିକୁ ଦୋଷ ନଦେଇ ଥାନାରେ ଏତଲା ଦିଅନ୍ତୁ । ଅନ୍ୟପଟେ କଂଗ୍ରେସ କହିଥିଲା ଏହା ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ମାମଲା । ତେଣୁ ଏହାକୁ ରାଜନୀତି ଭିତରକୁ ଟାଣିବା ଉଚିତ ନୁହେଁ ।