କାମ ନ ସରୁଣୁ ଭାଙ୍ଗିଲା ବ୍ରିଜ ! ମାଲକାନଗିରିରେ ପୁଣି ଭାଙ୍ଗିଲା ଗୁରୁପ୍ରିୟା ସେତୁ

54

କନକ ବ୍ୟୁରୋ: ଭୁଷୁଡିଲା ସଂଯୋଗ ସେତୁ । ବିଚ୍ଛିନ୍ନାଚଂଳର ସ୍ୱପ୍ନର ସେତୁ କୁହାଯାଉଥିବା ଗୁରୁପ୍ରୀୟା ସେତୁର ୧୦ ଓ ୧୧ ନମ୍ବର ସ୍ପାନରେ ଥିବା ୩ଟି ଗାର୍ଡର ସମ୍ପୁର୍ଣ ଭୁଷୁଡି ପଡିଛି । ନିର୍ମାଣ କାମ ଚାଲୁ ଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ଗୁରୁପ୍ରୀୟା ସେତୁ ନିର୍ମାଣ ସ୍ଥଳରେ ୨୦୦ ରୁ ଉଦ୍ଧ୍ୱ ଶ୍ରମିକ କାମ କରୁଥିବା ବେଳେ ଏହି ଘଟଣାରେ କୌଣସି ଶ୍ରମିକଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।

ଗତ ସେପ୍ଟେମ୍ବର ମାସରେ ମଧ୍ୟ ଗୁରୁପ୍ରୀୟା ସେତୁର ୩ଟି ପାଇଲ୍ ଭୁଷୁଡି ପଡିଥିଲା । ତୃଟିପୁର୍ଣ୍ଣ ଡିଜାଇନକୁ ସଂଶୋଧନ କରାଯାଇ ପୁର୍ନବାର କାମ ଆରମ୍ଭ ହୋଇଥିଲା । କିନ୍ତୁ ଗାର୍ଡର ଭୁଷୁଡିବା ଘଟଣା ଗୁରୁପ୍ରୀୟାରେ ହେଉଥିବା କାମ ନିମ୍ନମାନ ବୋଲି ଚର୍ଚ୍ଚା ଜୋର ଧରିଛି । ୨୦୧୪ ମସିହାରେ କୋଲକାତାର ରୟାଲ ଇନଫ୍ରା ନାମକ କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଥିବା ବେଳେ ଜୁଲାଇ ମାସରେ ଏହା ଶେଷ ହେବା ନେଇ ଲକ୍ଷ୍ୟ ରହିଛି । ତେବେ ପୁଣି ଗାଡାର ଭୁଷୁଡିବା ଯୋଗୁ ଅନିଶ୍ଚିତତା ଘେରରେ ଚାଲିଯାଇଛି ଗୁୁରୁପ୍ରୀୟା ସେତୁ ନିର୍ମାଣ କାମ ।

ତେବେ ମାଓ ପ୍ରଭାବିତ ମାଲକାନଗିରିର ବିଚ୍ଛିନ୍ନାଚଂଳକୁ ସଂଯୋଗ କରିଥାଏ ଗୁରୁପ୍ରିୟା ସେତୁ । ବିଚ୍ଛିନ୍ନଂଚଳରେ ମାଓ ମୁକାବିଲା ପାଇଁ ଏହି ସେତୁ ତିଆରିକୁ ବେଶ ଗୁରୁତ୍ୱ ଦିଆଯାଉଛି । ସେତୁର ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ କାମ ସରିଛି । ସେପ୍ଟେମ୍ବର ସୁଦ୍ଧା ପୋଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗୁରୁପ୍ରିୟା ସେତୁର ଭତ୍ତିପ୍ରସ୍ତର ସ୍ଥାପନ ଦୁଇ ଦୁଇ ଥର ହୋଇ ସାରିଛି । ୧୯୮୨ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ପୁଣି ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଭତ୍ତିପ୍ରସ୍ତର ରଖାଯାଇଥିଲା । କିନ୍ତୁ ଦୁଃଖର କଥା ହେଲା, କଡା ସୁରକ୍ଷା ମଧ୍ୟରେ ନିର୍ମାଣ କାମ ଚାଲିଥିଲେ ବି କାମ ଆଗେଇପାରୁନାହିଁ । ଗୁରୁପ୍ରିୟା ସେତୁର ଲମ୍ବ ହେଉଛି ୯୧୦ ମିଟର ଓ ଏଥିପାଇଁ ୧୮୮ କୋଟିର ଖର୍ଚ୍ଚ ଅଟକଳ ରଖାଯାଇଛି । ମାଓବାଦୀମାନେ ଏହି ପୋଲ ନିର୍ମାଣକୁ ବିରୋଧ କରୁଛନ୍ତି । ଏହାସତ୍ୱେ ବି କଡା ସୁରକ୍ଷା ମଧ୍ୟରେ ପୋଲ କାମ ଆଗେଇ ଚାଲିଛି ।