ଆସିଲା ‘ଅଭିମନ୍ୟୁ’ର ଭାଇ : ଗୁମୁରି କାନ୍ଦୁଥିବା ଗୁମୁଡୁମାହାରେ ଖୁସିର ଖବର

64

KANDHAMALଗୁମୁଡୁମାହାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣା । ଦେଢମାସ ତଳେ ସାରା ରାଜ୍ୟରେ ଏହି ଅଭାବନୀୟ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା । କନ୍ଧମାଳ ଆସିଥିଲା ପୁଣି ଚର୍ଚ୍ଚାକୁ। ରାଜନୀତି ବି ହେଲା । ନିନ୍ଦାରୁ ବଂଚିବାକୁ ତୁହାକୁ ତୁହା ସରକାର ଘୋଷଣା କରିଥିଲେ ଅନୁକମ୍ପା ରାଶି । ହେଲେ ଗୁମୁଡୁମାହାର କିଛି କୁନି ଚରିତ୍ର ଏବେ ବି ଆମ ସାମ୍ନାରେ । ଗୁଳିକାଣ୍ଡରେ ମାଆକୁ ବଂଚାଇ ଜଣେ ୧୩ ମାସର ଶିଶୁ ପ୍ରାଣ ହରାଇଥିବା କଥା ଆପଣଙ୍କର ମନେ ଥିବ । ହେଲେ ସେହି ମାଆଠାରୁ ଜନ୍ମ ନେଇଛି ପୁଣି ଏକ ପୁତ୍ର ସନ୍ତାନ।

vlcsnap-2016-08-30-19h00m52s593ଏହେଉଛି ସେହି ପୁଅ, ଯାହାର ୧୩ମାସର ଭାଇ ଗୁମୁଡୁମାହା ଗୁଳିକାଣ୍ଡରେ ପାଲଟି ଯାଇଥିଲା ଅଭିମନ୍ୟୁ । ଯିଏ ଗୁଳି ଖାଇ କେବଳ ମା’କୁ ବଂଚାଇ ନଥିଲା ବରଂ ମା’ ପେଟରେ ଥିବା ତା ସାନଭାଇକୁ ମଧ୍ୟ ବଂଚାଇଥିଲା ।

kandhamalଆଉ ନିଘୋଡ ନିଦରେ ଶୋଇଥିବା ଏ ପିଲାଟି ହେଉଛି ଗୁମୁଡୁମାହା ଅଭିମନ୍ୟୁର ସାନଭାଇ । ଯିଏ ଦୁଇଦିନ ତଳେ ଦୁନିଆ ଦେଖିଛି । ଜନ୍ମ ହେଉ ହେଉ କାଚଘରେ କରୁଛି ଜୀବନ ସଂଗ୍ରାମ । କାରଣ ମାତ୍ର ୭ ମାସ ବୟସର ହୋଇଥିବା ବେଳେ ସେ ମା’ର ଗର୍ଭ ଛାଡି ଦୁନିଆକୁ ଆସିଛି ।

ମଜୁରୀ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଚକ୍ରବ୍ୟୁହରେ ପଡି ଯାଇଥିଲେ ଲୋଟ ଦିଗାଳ ଓ ସୁନୀତା ଦିଗାଳ । ଗୁଳିମାଡରେ ସାମାନ୍ୟ ଆଘାତ ହୋଇଥିଲେ ହେଲେ ଗର୍ଭବତୀ ମା’ ହରାଇଥିଲେ ନିଜ ଗେହ୍ଲାପୁଅକୁ । ମାତ୍ର ଦେଢମାସ ପରେ ପୁଣି ସୁନୀତା ଏବେ ମା’ ହୋଇଛନ୍ତି । ହେଲେ ମନ ଭଲ ନାହିଁ । କାରଣ କୁନି ପୁଅ ଜନ୍ମରୁ ଅସୁସ୍ଥ ।

KANDHAMAL CHILDକନ୍ଧମାଳ କରୁଣ କାହାଣୀ ଏବେ ଇତିହାସ । ହେଲେ ଏହି ଦୁଇ ପିଲାଙ୍କ ମଧ୍ୟରୁ ଜଣେ ଯୁବା ହେବା ପୂର୍ବରୁ ଯବାନ ସାଜିଥିଲା, ଆଉ ଜଣେ କଥା କହି ଶିଖିବା ପୂର୍ବରୁ ମା’ ଛେଉଣ୍ଡ ହୋଇ ଯାଇଥିଲା । ଆଉ ଏହି କୁନି ପିଲାଟି ଅଭିମନ୍ୟୁଙ୍କ ପୁଅ ପରୀକ୍ଷିତ ଭଳି ମା’ ପେଟରେ ଥାଇ ଶୁଣୁଥିଲା ଗୁଳିଗୋଳାର ଶବ୍ଦ ।