ଦେଶରେ ଥମିବାରେ ନା ନେଉ ନାହିଁ ହିଂସା : ପିଲା ଚୋର ସନ୍ଦେହରେ ଗୁଜୁରାଟରେ ପିଟିପିଟି ଜଣଙ୍କୁ ହତ୍ୟା , ଅନ୍ୟ ଜଣେ ଗୁରୁତର ଆହତ

20

କନକ ବ୍ୟୁରୋ : କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁଧୁରୁନାହାନ୍ତି ଲୋକ । ଗତ କିଛି ଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ବର୍ତ୍ତମାନ ଦେଶରେ ଯେପରି ଭାବରେ ହିଂସା ଦେଖାଯାଉଛି ତାହାକୁ ବନ୍ଦ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଦିନ କୈାଣସି ନା କୈାଣସି ସ୍ଥାନରେ ଏପରି ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ରାଜ୍ୟ ଗୁଡିକ ଏନେଉ ସଚେତନତା ହେବା ସହ ଏପରି ହିଂସାକୁ ରୋକିବା ଲାଗି ଏକ କମିଟି ଗଠନ କରିବାର ଆବଶ୍ୟକତା ରହିଛି । ତେବେ ଲୋକମାନେ ପୁଣିଥରେ ଗୁଜୁରାଟରେ ହିଂସାର ପୁନରାବୃତ୍ତି କରିଛନ୍ତି । ମିଳିିଥବା ସୂଚନା ଅନୁସାରେ ଗୁଜୁରାଟର ଦାହୋଦ ଜିଲ୍ଲାରେ ଚୋର ସନ୍ଦେହରେ ସ୍ଥାନୀୟ ଜନତା ଜଣେ ଅଜମଲ ମୋହନିୟା ନାମକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ତେବେ ଏହି ଆକ୍ରମଣରେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ତେବେ ଘଟଣା ଜଣାପଡିଲା ପରେ ଲିମଡ଼ି ପୁଲିସ ଥାନା ଅଧିକାରୀ କହିଛନ୍ତି ଯେ, ରାତିରେ ଶତାଧିକ ଲୋକ ଥାନାଠାରୁ ପ୍ରାୟ ୩୫ କିମି ଦୂର କାଳି ବାହୁଡ଼ି ଗ୍ରାମରେ ଏହି କାଣ୍ଡ ଘଟାଇଛନ୍ତି। ସେମାନେ ଚୋର ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିବା ପରେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗ୍ରାମବାସୀମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ପିଛା କରିଥିଲେ ଏବଂ ଗ୍ରାମ ନିକଟରେ ସେମାନଙ୍କୁ କାବୁ କରି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ଜମିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ହିଁ ଅଜମଲଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଜମଲଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ଏହି ଘଟଣାରେ ଶତାଧିକ ଲୋକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛି । ବର୍ତ୍ତମାନ ସମୟରେ ସାରା ଦେଶରେ ପିଲା ଚୋରି ଓ ଗୋରୁ ଚାଲାଣ ମାମଲାରେ ଅନେକ ଲୋକଙ୍କୁ ମାଡ ହୋଇଥିବା ଅଭିଯୋହ ହେଉଛି । ତେଣୁ ଏନେଇ ଚିନ୍ତାରେ ସରକାର ଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟରେ କମିଟି ଗଠନ କରିବା ସହ ଏହାକୁ କିପରି ରୋକାଯାଇ ପାରିବ ସେନେଇ ଅତିଶୀଘ୍ର ପଦକ୍ଷେପ ନେବା ଲାଗି କହିଛନ୍ତି । ରାଜ୍ୟ କମିଟି ଗଠନ କରିବା ପୂର୍ବରୁ କେତେ ନୀରିହ ଲୋକଙ୍କ ପ୍ରାଣ ଯିବ ତାହାର ଉତ୍ତର କାହା ପାଖରେ ନାହିଁ ।