ସରଗରମ ଗୁଜୁରାଟ ରାଜନୀତି । ବିଜେପି ଉପରେ ବର୍ଷିଲେ ହାର୍ଦ୍ଦିକ ପଟେଲ । କହିଲେ, ବିଜେପି ଦେଖାଉଛି ବିକାଶର ଗୋଲାପି ଚିତ୍ର

28

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ପଟିଦାର ସମିତିର । ଆଉ ପଟିଦାର ଅନାମତ ସମିତି କଂଗ୍ରେସକୁ ସମର୍ଥନ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ପ୍ରସଙ୍ଗ ଓ ଆସନ ବୁଝାମଣା ନେଇ ପଟିଦାର ଓ କଂଗ୍ରେସ ମଧ୍ୟରେ ଗତ କିଛିଦିନ ହେବ ଛକାପଞ୍ଝା ଚାଲିଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ ।

ପ୍ରେସମିଟରେ ହାର୍ଦ୍ଦିକ କହିଛନ୍ତି କଂଗ୍ରେସ ତାଙ୍କ ପ୍ରସ୍ତାବରେ ରାଜି ହୋଇଛି । ସଂରକ୍ଷଣ ନେଇ କଂଗ୍ରେସ ଦେଇଥିବା ଫର୍ମୁଲା ଏହା ପଟିଦାରଙ୍କୁ ମଂଜୁର ହୋଇଛି । ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ସଂରକ୍ଷଣ ପାଇଁ ପ୍ରସ୍ତାବ ପାସ କରିବ ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସମ୍ଭବ ବୋଲି ସେ କହିଛନ୍ତି । ଏହା ସହ ବିଜେପି ଗୁଜରାଟ ବିକାଶର ମିଛ ପ୍ରତିଛବି ଦୁନିଆକୁ ଦେଖାଇଛି ବୋଲି ପ୍ରେସମିଟରେ କହିଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ ।