ଜୁଲାଇ ପହିଲାରୁ ଲାଗୁ ହେବ ଜିଏସଟି ! କାଲି ମଧ୍ୟରାତ୍ରିରେ ପାର୍ଲାମେଂଟର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସାମିଲ ନେଇ ଆଜି ହେବ ନିଷ୍ପତି

31

କନକ ବ୍ୟୁରୋ : ବସ୍ତୁ ଓ ସେବା କର(ଜିଏସଟି)ନେଇ ଆସନ୍ତାକାଲି ମଧ୍ୟରାତ୍ରିରେ ପାର୍ଲାମେଂଟର ସ୍ୱତନ୍ତ୍ର ଅଧିବେଶନ ହେବ । ଏଥିରେ ସାମିଲ ହେବା ନେଇ ବିରୋଧୀ ଦଳଗୁଡିକ ମଧ୍ୟରେ ବୈଠକ ଜାରି ରହିଛି । ତୃଣମୂଳ କଂଗ୍ରେସ ଓ ଡିଏମକେ ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସଙ୍କେତ ଦେଇସାରିଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଅଧିବେଶନରେ ସାମିଲ ହେବ ନା ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଆଜି ଏ ନେଇ ଦଳ ନିଷ୍ପତି ନେଇପାରେ ।

ଦଳର କିଛି ବରିଷ୍ଠ ନେତା ଅଧିବେଶନ ବହିଷ୍କାର କରିବା ସପକ୍ଷରେ ମତ ଦେଇଛନ୍ତି । ପାର୍ଲାମେଂଟର ସ୍ୱତନ୍ତ୍ର ଅଧିବେଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବିଶେଷ ଅତିଥି ଭାବେ ଡକାଯାଇଛି । ଏହା କଂଗ୍ରେସର ଦୁବିଧାକୁ ବଢାଇଦେଇଛି । ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ମନମୋହନ ସିଂହଙ୍କୁ ଭେଟିବେ । ଏହା ପରେ କଂଗ୍ରେସ ଆସନ୍ତାକାଲିର ଅଧିବେଶନରେ ସାମିଲ ହେବ ନା ନାହିଁ ତାହା ସ୍ପଷ୍ଟ ହେବ ।