ପଦାରେ ପଡିଲା ଖାକିର ବିଭତ୍ସ ଚେହେରା : ବାଲେଶ୍ୱର ଷ୍ଟେସନରେ ଆରପିଏଫ ଯବାନଙ୍କ ଅମାନବୀୟ କାଣ୍ଡ

47

ବାଲେଶ୍ୱର : () ପଦାକୁ ଆସିଛି ଖାକିର ବିଭତ୍ସ ଚେହେରା । ଚୋରୀ ଉଦ୍ୟମ ଅଭିଯୋଗରେ ଜଣେ ଦିବ୍ୟାଙ୍ଗଙ୍କୁ ବିଧା ଗୋଇଠା ଦଣ୍ଡ ଦେଇଛନ୍ତି ଆରପିଏଫ । ଖାକି ପୋଷକରେ ଥିବା ଏହି ଯବାନମାନେ ଅଧଘଂଟା ପାଇଁ ଅମଣିଷ ପାଲଟି ଯାଇଥିଲେ । ଚାଲିବାକୁ ଅସମର୍ଥ ଜଣେ ଦିବ୍ୟାଙ୍ଗଙ୍କୁ ଘୋଷାଡି ଘୋଷାଡି ଆଣି ସର୍ବସମୁଖରେ ଅତି ନିର୍ଦୟ ଭାବେ ଲଦି ଦେଇଛନ୍ତି ଲାତ, ବିଧା ଗୋଇଠା ।

ଆରପିଏଫର ୩ ଜଣ ଯବାନ ଜଣେ ବ୍ୟକ୍ତିଙ୍କ ମୁହଁକୁ କିଭଳି ଭାବରେ ଗୋଇଠା ମାରୁଛନ୍ତି । ଆଉ ଏଠି ଠିଆ ହୋଇଥିବା  ଲୋକ ଦେଖଣାହାରୀ  ପାଲଟିଛନ୍ତି । ଜିଆରପି ପୁଲିସ ଦିବ୍ୟାଙ୍ଗ ଜଣଙ୍କୁ ଅମାନବୀୟ ଭାବେ ମାଡ ମାରୁଥିବା ବେଳେ ଜଣେ ସାଧାରଣ ଜନତା ବି ତାଙ୍କ ଦମ୍ ଦେଖାଇଛନ୍ତି । ସେ ବି ଯବାନଙ୍କ ଭିତରେ ଗଳିପଡି ମାଡ ଖାଉଥିବା ବ୍ୟକ୍ତିଙ୍କ ମୁଁହକୁ ଗୋଟିଏ ଗୋଇଠା ମାରୁଛନ୍ତି । ବାଲେଶ୍ୱର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଘଟିଥିବା ଏହି  ଘଟଣା ୪ ଦିନ ପରେ  ସମ୍ନାକୁ ଆସିଛି । ବାଲେଶ୍ୱର ବାଲିଆ ଅଂଚଳର ସମାଜସେବୀ ପାର୍ଥସାରଥୀ ଜେନା ଏହି ସସସ୍ତ ଘଟଣାର ସମସ୍ତ ଦୃଶ୍ୟକୁ କଏଦ କରି ଗଣମାଧ୍ୟମରେ  ଜଣାଇଛନ୍ତି । ଜାନୁଆରୀ ୩ ତାରିଖ ଦିନ ଏହି ଘଟଣା ଘଟିଥିଲା ।

ଗୁଆହାଟୀ ଅଭିମୁଖେ ଯାଉଥିବା ଏକ ଟ୍ରେନରୁ ଜଣେ ଦିବ୍ୟାଙ୍ଗଙ୍କୁ ଘୋଷାଡି ଘୋଷାଡି ଆଣିଥିଲେ ୩ ଜଣ ଆରପିଏଫ ଯବାନ । ତାପରେ ଯାହା କରିଥିଲେ ତାହା ଏବେ ଆପଣଙ୍କ ସାମ୍ନାରେ । ଆଇନର ରକ୍ଷକ ନିଜେ ଆଇନକୁ ହାତକୁ ନେଇଛନ୍ତି । ଦୋଷ ପ୍ରମାଣିତ ହୋଇନି ହେଲେ କିନ୍ତୁ ଭିନ୍ନକ୍ଷମଙ୍କୁ ଦଣ୍ଡ ଦେଉଛନ୍ତି ଜିଆରପି ପୁଲିସ । ତେବେ ଏଠି ପ୍ରଶ୍ନ ଉଠୁଛି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆଇନର ବିଧି ବ୍ୟବସ୍ଥା ରହିଛି । ହେଲେ ଚୋରୀ ଉଦ୍ୟମ ଅଭିଯୋଗରେ ଜଣେ ଦିବ୍ୟାଙ୍କୁ ଧରି ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ମାଡ ମାରିବାର ଅଧିକାର ଜିଆରପିକୁ କିଏ ଦେଇଛି । ଏଭଳି ବ୍ୟବସ୍ଥା କଣ ଆଇନ୍ ବିଭାଗରେ ରହିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ସେପଟେ ଏହି ଘଟଣାରେ ଆରପିଏଫ ଏସଆଇଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି । ତାଙ୍କ କହିବା କଥା ବାଲେଶ୍ୱରରେ ଥିବା ଆରପିଏଫ ଯବାନ ଏଭଳି କରିନାହାଁନ୍ତି । ତାଙ୍କ ନଜରକୁ ଏ ଘଟଣା ଆସିନି । ତେବେ ଅନ୍ୟସ୍ଥାନରୁ ଆସିଥିବା ସ୍କ୍ୱାର୍ଡ ଏପରି କରିଥାଇ ପାରନ୍ତି । ତେବେ ଭିଜୁଆଲର ତର୍ଜମା କରାଯିବା ପରେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କହିଛନ୍ତି ଆରପିଏଫ ଏସଆଇ ଆର.ଏସ ସାଧୁ ।

ଦେଖନ୍ତୁ ଏହି ଭିଡିଓ –