ପୋଲିସର ଅନୁଶାସନ ଆଣିଲା ଶୃଙ୍ଖଳା । ରଥଯାତ୍ରାର ଲକ୍ଷାଧିକ ଭିଡ଼ ଭିତରୁ ଅନାୟାସରେ ବାହାରି ଆସିଲା ଆମ୍ବୁଲାନ୍ସ ।

ରଥଯାତ୍ରା ଦିନ ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ହେଲେ ବିଶାଳ ଜନସମୂଦ୍ର ଭିତରୁ ଏକ ଆମ୍ବୁଲାନ୍ସଙ୍କୁ ମାନବଶୃଙ୍ଖଳ ଚେନ୍ ଜରିଆରେ ଆଖି ପିଛୁଳାକେ ରାସ୍ତା ଦେଇ ବାହାର କରାଯାଇଛି ।

344

କନକ ବ୍ୟୁରୋ: ଓଡ଼ିଶା ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରଶଂସନୀୟ କାମ । ପ୍ରଥମଥର ପାଇଁ ରଥଯାତ୍ରାରେ ଏମାନଙ୍କ ମିଳିତ ଉଦ୍ୟମରେ ଏଭଳି କିଛି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ସାବାସୀ ମିଳୁଛି । ସୂଚନା ମୁତାବକ, ରଥଯାତ୍ରା ଦିନ ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ହେଲେ ବିଶାଳ ଜନସମୂଦ୍ର ଭିତରୁ ଏକ ଆମ୍ବୁଲାନ୍ସଙ୍କୁ ମାନବଶୃଙ୍ଖଳ ଚେନ୍ ଜରିଆରେ ଆଖି ପିଛୁଳାକେ ରାସ୍ତା ଦେଇ ବାହାର କରାଯାଇଛି । ଏନେଇ ପୁରୀ ଏସପି ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ପୁରୀ ଏସପିଙ୍କ ଟ୍ୱିଟ ମୁତାବକ, ୧୦ଟି ସ୍ୱେଚ୍ଛାସେବୀ ସଂଗଠନର ୧୨ଶହ ସ୍ୱେଚ୍ଛାସେବୀ ମାନେ ଏଭଳି ମାନବଶୃଙ୍ଖଳ ଚେନ୍ ଜରିଆରେ ଆମ୍ବୁଲାନ୍ସକୁ ଅତି ସହଜରେ ଭିଡ଼ ଭିତରୁ ବାହାର କରିବାରେ ସଫଳ ହୋଇଛନ୍ତି । ଆଉ ଏଭଳି ଅସମ୍ଭବ କାର୍ଯ୍ୟକୁ ବାସ୍ତବରେ ପରିଣତ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଜନସମୂଦ୍ରରୁ ଏଭଳି ସରଳ ଉପାୟରେ ବିଶାଳ ମାନବ ଶୃଙ୍ଖଳ ଚେନ୍ ଜରିଆରେ ଏକ ଆମ୍ବୁଲାନ୍ସକୁ ବାହାର କରିବା ରଥଯାତ୍ରା ଇତିହାସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ।

ଏପରିକି ଚଳିତ ରଥଯାତ୍ରାରେ ଏମିତି ଭିଡ଼ ହୋଇଥିଲା ସତେ ଯେମିତି ସୋରିଷ ଟିକିଏ ପଡ଼ିବାକୁ ଜାଗାନଥିଲା । ହେଲେ ଯେକୌଣସି ସମସ୍ୟାର ତ୍ୱରିତ ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ଥିଲା ପ୍ରଶାସନ, ତାହା ଏହି ଭିଡ଼ିଓ ହିଁ ବୟାନ କରୁଛି । ଏବଂ ଏହା ପ୍ରକୃତରେ ପ୍ରଶାସନର ପ୍ରଶଂସନୀୟ କାର୍ଯ୍ୟ ବୋଲି ସୋସିଆଲ ମିଡ଼ିଆରେ କିଛି ୟୁଜର୍ସ ମତ ପ୍ରକାଶ କରିଛନ୍ତି ।