କାଶ୍ମୀର କି ଦାର୍ଜିଲିଂରେ ନୁହେଁ କେନ୍ଦୁଝରରେ ହେଉଛି ଅଙ୍ଗୁର ଚାଷ ! କୁସୁମିତା ଗାଁରେ ଅଙ୍ଗୁର ଉତ୍ପାଦନ କରିଛନ୍ତି ଚାଷୀ

63

କନକ ବ୍ୟୁରୋ : ଅଙ୍ଗୁର ଚାଷ କହିଲେ ସାଧାରଣତଃ କାଶ୍ମୀର, ଦାର୍ଜିଲିଂ ପରି ଶୀତ ଅଂଚଳ କଥା କୁହାଯାଏ । ଓଡିଶାରେ ଅଙ୍ଗୁର ଚାଷ କହିଲେ ଟିକେ ଅଡୁଆ ଲାଗିବ । କିନ୍ତୁ କେନ୍ଦୁଝରରେ ଅଙ୍ଗୁର ଚାଷ ହୋଇଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରେ ଅଙ୍ଗୁର ଚାଷ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାକୁ ପ୍ରମାଣିତ କରିଛନ୍ତି ସଦର ବ୍ଲକ କୁସୁମିତା ଗାଁର ଚାଷୀ । ଗାଁର ଅଧିକାଂଶ ଚାଷୀ ସେମାନଙ୍କ ବାଡିରେ ଅଙ୍ଗୁର ଗଛ ଲଗାଇଛନ୍ତି । ଗତବର୍ଷରୁ ଅଙ୍ଗୁର ଉତ୍ପାଦନ ହୋଇଥିବା କହିଛନ୍ତି ଚାଷୀ । ଆଉ ଏହି ଫଳନ୍ତି ଅଙ୍ଗୁର ଗଛକୁ ଦେଖିଲେ ଏ ଅଂଚଳର ଜଳବାୟୁରେ ଅଙ୍ଗୁର ଚାଷର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ସରକାରଙ୍କ ଉଦ୍ୟାନ ବିଭାଗ ଏଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।

ଅପରପକ୍ଷେ କେନ୍ଦୁଝର ଜଳବାୟୁରେ ଯଦି ବା ଅଙ୍ଗୁର ଚାଷ ହୋଇପାରୁଛି ଏହା ବ୍ୟବସାୟୀକ ଦୃଷ୍ଟିକୋଣରୁ ଲାଭଦାୟକ ହୋଇପାରିବ ନାହିଁ ବୋଲି କହିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ । ଅଙ୍ଗୁର ବାହାର ରାଜ୍ୟରୁ ଆସି ଆମ ରାଜ୍ୟରେ ବିକ୍ରି ହେଉଥିବା ବେଳେ କେନ୍ଦୁଝରର ସ୍ଥିତି ଅଙ୍ଗୁର ଚାଷୀଙ୍କ ପାଇଁ ଆଶା ସଂଚାୟର କରିଛି ।