ଭାଗଚାଷୀଙ୍କ ଅଧିକାରକୁ ନେଇ ଚିନ୍ତା : ଆଜି ଡ୍ରାଫ୍ଟ ଉପରେ ମତ ରଖିବ ଆଇନ ବିଭାଗ

39

କନକ ବ୍ୟୁରୋ : ସରକାରଙ୍କୁ ଭାଗଚାଷୀ ଚିନ୍ତା । ଭାଗଚାଷୀଙ୍କୁ ନେଇ ପ୍ରସ୍ତୁତ ଡ୍ରାଫ୍ଟ ଉପରେ ଆଜି ମତ ରଖିବ ଆଇନ ବିଭାଗ । ଗତ ସୋମବାରଦିନ ଏ ନେଇ ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା । ଆଇନ ବିଭାଗର ମତ ପରେ ଏ ନେଇ ସରକାର ଆଗକୁ ବଢିବ । ଭାଗଚାଷୀଙ୍କ ଅଧିକାର ନେଇ ସରକାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଭାଗଚାଷୀ ଓ ଜମିମାଲିକଙ୍କ ମଧ୍ୟରେ ହେବାକୁଥିବା ଚୁକ୍ତିର ରୂପରେଖ ଓ ଭାଗଚାଷୀଙ୍କ କଣ ଦାୟିତ୍ୱ ଓ ଅଧିକାର ମିଳିବ ସେ ନେଇ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ।

ପ୍ରଚଳିତ ନିୟମ ଅନୁସାରେ ସମସ୍ତ ସରକାରୀ ସୁବିଧା ଜମି ମାଲିକଙ୍କୁ ମିଳୁଥିଲା । ମରୁଡି,ବନ୍ୟା , ଋଣ ଆଦି କ୍ଷେତ୍ରରେ ସରକାରୀ ସୁବିଧା ଜମି ମାଲିକ ପାଉଥିଲେ । ଆଇନର ଏହି ବ୍ୟବସ୍ଥା କାରଣରୁ ଜମିରେ ଚାଷ କରୁଥିବା ପ୍ରକୃତ ଚାଷୀକୁ ଏହି ସୁବିଧା ମିଳିପାରୁନଥିଲା । ଫଳରେ ପ୍ରକୃତ ଚାଷୀ ,ନାମମାତ୍ର ଚାଷୀ ଓ ଜମି ମାଲିକଙ୍କ ମଧ୍ୟରେ ଏକ ବଡ ଧରଣର ପାର୍ଥକ୍ୟ ରହିଛି । ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଇନରେ ସଂଶୋଧନ କରିବାରେ ବିଧେୟକ ପ୍ରସ୍ତୁତ ହୋଇଛି । ନୂଆ ଆଇନର ସଂଶୋଧନ ସହ ଓଡିଶା ଲ୍ୟାଣ୍ଡ ରିଫର୍ମ ଆକ୍ଟ ଜରିଆରେ ଯେଉଁ ଚୂଡାନ୍ତ ବିଧେୟକ ପ୍ରସ୍ତୁତ ହେବ ସେଥିରେ ଉଭୟ ଭାଗଚାଷୀ ଓ ଜମି ମାଲିକଙ୍କ ସ୍ୱାର୍ଥ ରକ୍ଷା କରିବାର ବ୍ୟବସ୍ଥା କରାଯିବ ।

ଦେଖନ୍ତୁ ଏହି ଭିଡ଼ିଓ –