ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଖୁସି ଖବର : ୨୫% ପର୍ଯ୍ୟନ୍ତ ଫେଲୋସିପ୍ ବଢ଼ାଇଲେ ସରକାର, ୬-୭ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଷ୍ଟାଇପେଣ୍ଡ 

92

ମୋଦି ସରକାର ବଜେଟ୍ ପୂର୍ବରୁ ହିଁ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବଡ ଉପହାର ଦେଇଛନ୍ତି । ସରକାର ଜେଆରଏଫ୍(ଜୁନିୟର ରିସର୍ଚ୍ଚ ଫେଲୋ), ଏସଆରଏଫ୍(ସିନିୟର ରିସର୍ଚ୍ଚ ଫେଲୋ) ଏବଂ ରିସର୍ଚ୍ଚ ଆସୋସିଏଟ୍ସର ଫେଲୋସିପରେ ୨୫% ବୃଦ୍ଧି କରିଛନ୍ତି । ଏହାଦ୍ୱାରା ରିସର୍ଚ୍ଚ ସ୍କଲାରଙ୍କ ଫେଲୋସିପରେ ୬ରୁ ୭ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହୋଇଯିବ ।

ପିଏଚଡିରେ ଜୁନିୟର ରିସର୍ଚ୍ଚ ଫେଲୋଙ୍କୁ ପ୍ରଥମ ଦୁଇ ବର୍ଷ ପାଇଁ ରାଶିକୁ ୨୫ ହଜାର ଟଙ୍କା ବଢ଼ାଇ ୩୧ ହଜାର ଟଙ୍କା ପ୍ରତି ମାସ କରିଦିଆଯାଇଛି । ଏହି ପ୍ରକାରରେ ପିଏଚଡିର ଶେଷ ସମୟରେ ବରିଷ୍ଠ ଗବେଷକଙ୍କୁ ୨୮ ହଜାର ଟଙ୍କା ପ୍ରତି ମାସ ବଦଳରେ ୩୫ ହଜାର ଟଙ୍କା ମିଳିବ ।

କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ମୁତାବକ, ବର୍ଷ-୨୦୧୫ରେ ମୋଦି ସରକାର ଫେଲୋସିପରେ ୫୬% ବୃଦ୍ଧି କରିଥିଲେ, ସେଇଠି ଏବେ ଏହାକୁ ୨୫% ବୃଦ୍ଧି କରାଯାଇଛି । ଜାଭେଦକର ଏହା ବି କହିଛନ୍ତି କି, ମୋଦି ସରକାର ଆସିବା ପରେ ରିସର୍ଚ୍ଚ ସ୍କଲାରଙ୍କ ଛାତ୍ରବୃତ୍ତି ପାଖାପାଖି ଦୁଇ ଗୁଣା ହୋଇଯାଇଛି । ଏହା ଅଧିନରେ ବିଜ୍ଞାନ ଓ ଟେକନିକାଲରେ ପିଏଚଡି କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଫେଲୋସିପ୍ ବୃଦ୍ଧି କରାଯାଇଛି ।

ଭାରତର ଏହି ଫେଲୋସିପ୍  ଦୁନିଆରେ ନିଜ ପ୍ରକାରର ସବୁଠାରୁ ବୃହତ୍ ଯୋଜନା, ଯାହାର ଫାଇଦା ଦେଶର ପାଖାପାଖି ୫୩ ହଜାର ଛାତ୍ର ନିଅନ୍ତି । ଏହି ଆଦେଶ ପରେ କେନ୍ଦ୍ର ସରକାରଙ୍କୁ ଏବର୍ଷ ଫେଲୋସିପ୍ ବିଷୟରେ ୫୦୦ କୋଟି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ । ଏହା ଦ୍ୱାରା ୬୦ହଜାର ଗବେଷକଙ୍କୁ ଲାଭ ମିଳିବ ।