ମାଓବାଦୀଙ୍କ ଲଙ୍କାକାଣ୍ଡ ଲାଗି ସରକାରୀ ବସ ଚଳାଇବା ପାଇଁ ରାଜି ହେଉ ନାହାନ୍ତି ଡ୍ରାଇଭର

ଛତିଶଗଡରେ ଆଜି ଚାଲିଛି ବିଧାନସଭା ନିର୍ବାଚନ

103

କନକ ବ୍ୟୁରୋ : ଛତିଶଗଡରେ ଆଜି ଚାଲିଛି ବିଧାନସଭା ନିର୍ବାଚନ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସରକାରଙ୍କ ପକ୍ଷରୁ ନିର୍ବାଚନ ପାଇଁ ଅନେକ ସରକାରୀ ବସକୁ ନିୟୋଜିତ କରାଯାଇଛି । ହେଲେ ବାରମ୍ବାର ମାଓବାଦୀମାନେ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଥିବାରୁ ଏବେ ସେମାନେ ମଧ୍ୟ ସରକାରୀ କାମରେ ନିଜକୁ ନିୟୋଜିତ କରିବା ପାଇଁ ଇଚ୍ଛା କରୁନାହାନ୍ତି । କାରଣ ମାଓବାଦୀଙ୍କ କାଣ୍ଡରେ ବସ ଡ୍ରାଇଭର ମଧ୍ୟ ଭୟଭୀତ । ସେମାନେ କହିଛନ୍ତି ଯେ, ମାଓବାଦୀମାନେ ଯେପରି ଭାବରେ ବିସ୍ଫୋରୋଣ କରୁଛନ୍ତି ଆମେ ଚଳାଉଥିବା ବସକୁ ମଧ୍ୟ କେଉଁ ସମୟରେ ବିସ୍ଫୋରୋଣରେ ଉଡାଇ ଦେବେ ତାହାର ଭରଷା ନାହିଁ ବୋଲି ଜଣେ ଡ୍ରାଇଭର କହିଛନ୍ତି ।

 

ଏପରିକି ସ୍ଥାନୀୟ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ କେତେକ ଡ୍ରାଇଭର କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡିଛି । ଅନ୍ୟପଟେ ସରକାରୀ ବସର ଡ୍ରାଇଭରମାନେ ଏପରି ଭାବରେ କାର୍ଯ୍ୟବନ୍ଦ କଲେ ନିର୍ବାଚନ ପ୍ରଭାବିତ ହୋଇପାରେ ତେଣୁ ପରିବହନ ବିଭାଗ କାର୍ଯ୍ୟରେ ଯୋଗ ଦେଇନଥିବା ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅନେକ ଦିନ ହେଲାଣି ଛତିଶଗଡରେ ମାଓବାଦୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଉଛନ୍ତି । ତେଣୁ ନିଜ ସୁରକ୍ଷାକୁ ନଜରରେ ରଖି ସରକାରୀ ବସର ଡ୍ରାଇଭାର ମାନେ ଗାଡି ଚଳାଉନଥିବା ସୂଚନା ମିଳିଛି ।