କେନ୍ଦ୍ରମନ୍ତ୍ରୀ  ଅନନ୍ତ କୁମାରଙ୍କ ପରଲୋକ : ଯେତେବେଳେ ଅନନ୍ତ କୁମାର ରାତି ଅଧିଆ ପାସ୍ କରାଇଥିଲେ ଜିଏସଟି ବିଲ୍…

ଐତିହାସିକ ଜିଏସଟି ବିଲକୁ ସଂସଦର ଉଭୟ ଗୃହରେ ରାତି ଅଧିଆ ପାସ କରାଇବାର ଶ୍ରେୟ ତାଙ୍କୁ ଯାଏ ।

265

କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଆସୁଥିବା ଅନନ୍ତ କୁମାରଙ୍କ ସୋମବାର ରାତି ୨ଟାରେ ନିଧନ ହୋଇଯାଇଛି । ସେ ୫୯ ବର୍ଷୀୟ ଥିଲେ ଓ ଦୀର୍ଘ ସମୟ ଧରି କ୍ୟାନସରରେ ପୀଡିତ ଥିଲେ । ନିକଟରେ ସେ ନ୍ୟୁୟର୍କରୁ ଫେରିଥିଲେ ଓ ବାଙ୍ଗାଲୁରୁର କ୍ୟାନସର ହସପିଟାଲରେ ଚିକିତ୍ସିତ ହେଉଥିଲେ । ରିପୋର୍ଟ ମୁତାବକ, ତାଙ୍କୁ ପାନକ୍ର୍ରିଆଟିକ୍ କ୍ୟାନସର ହୋଇଥିଲା । ସେ ଚିକିତ୍ସା କରାଇବା ପାଇଁ ଆମେରିକା ଯାଇଥିଲେ ।

ଅନନ୍ତ କୁମାର ୧୯୯୬ରେ ଦକ୍ଷିଣ ବାଙ୍ଗାଲୁରୁ ସିଟରୁ ଲୋକସଭା ସାଂସଦ ଥିଲେ । ତାଙ୍କ ପାଖରେ ଦୁଇଟି ମୁଖ୍ୟ ମନ୍ତ୍ରାଳୟ ଥିଲା । ବର୍ଷ ୨୦୧୪ରେ ସେ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ ମନ୍ତ୍ରୀ ବନିଥିଲେ । ଏହା ବ୍ୟତୀତ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ହେବାପରେ ଜୁଲାଇ ୨୦୧୬ରେ ତାଙ୍କୁ ସଂସଦୀୟ କାର୍ଯ୍ୟ ମନ୍ତ୍ରୀଙ୍କ ଦାୟିତ୍ୱ ଦିଆଯାଇଥିଲା ।

 

ଐତିହାସିକ ଜିଏସଟି ବିଲକୁ ସଂସଦର ଉଭୟ ଗୃହରେ ରାତି ଅଧିଆ ପାସ କରାଇବାର ଶ୍ରେୟ ତାଙ୍କୁ ଯାଏ । ସମସ୍ତ ଦଳ ମଧ୍ୟରେ ସହମତି ସୃଷ୍ଟି କରାଇବାର କୌଶଳ ତାଙ୍କୁ  ଆସୁଥିଲା । ଏଥିପାଇଁ ବିଲ ପାସ୍ ହେବାର ତୁରନ୍ତ ପରେ ସେ ଅର୍ଥମନ୍ତ୍ରୀଙ୍କ ସହିତ ମିଶି ଏହାକୁ ତିନି ସପ୍ତାହ ଭିତରେ ଦେଶର ଅଧାରୁ ଅଧିକ ରାଜ୍ୟରେ ଲାଗୁ କରାଇ ଦେଇଥିଲେ ।

ଅନନ୍ତ କୁମାର ଆରଏସଏସ ବିଚାରଧାରା ଦ୍ୱାରା ପ୍ରଭାବିତ ଥିଲେ । ଏବଂ ଛାତ୍ର ଜୀବନ ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ସଦସ୍ୟ ବି ଥିଲେ । ଏମରଜେନ୍ସିରେ ଜେଲ୍ ବି ଯାଇଥିଲେ । ପରେ ଏବିଭିପିର ରାଜ୍ୟ ସଚିବ ଓ ୧୯୮୫ରେ ଜାତୀୟ ସଚିବ ମଧ୍ୟ ବନିଥିଲେ । ତା’ପରେ ସେ ବିଜେପିରେ ଯୋଗ ଦେଇଥିଲେ ଓ ଭାରତୀୟ ଜନତା ଯୁବ ମୋର୍ଚାର ଅଧ୍ୟକ୍ଷ ବି ବନିଥିଲେ । ସେ ୧୯୯୬ରେ ବିଜେପିର ଜାତୀୟ  ସଚିବ ବି ରହିସାରିଥିଲେ ।

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ସରକାରରେ ତାଙ୍କୁ ନାଗରିକ ଉଡାଣ ମନ୍ତ୍ରୀ କରାଯାଇଥିଲା ଓ ସେ ସରକାରରେ ସବୁଠାରୁ କମ୍ ବୟସର ମନ୍ତ୍ରୀ ଥିଲେ । ଅନନ୍ତ କୁମାରଙ୍କ ଜନ୍ମ ୨୨ ଜୁଲାଇ, ୧୯୫୯ରେ ହୋଇଥିଲା ।