ବେକାର ଯୁବକ-ଯୁବତୀଙ୍କୁ ଚାକିରି ଦେବେ ସରକାର । ଜାଣନ୍ତୁ କିପରି କରିବେ ଆବେଦନ ?

65

ଆପଣ ଚାକିରି ଖୋଜୁଛନ୍ତି କି ? ଚାକିରି ପାଉନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ ସାହାଯ୍ୟ କରିବୁ । ଏପରି କି ସରକାରୀ ପୋର୍ଟାଲ ରହିଛି ଯେଉଁଥିରେ ଆପଣ ନାଁ ପଂଜୀକରଣ କଲେ ଆପଣଙ୍କୁ ମିଳିବ ଚାକିରି । ଏହାର ପୋର୍ଟାଲ ନାଁ ହେଉଛି ଏନଏସସି ବା ନ୍ୟାସନାଲ କ୍ୟାରିୟର ସର୍ଭିସ । ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ ବିଭିନ୍ନ କମ୍ପାନୀମାନେ ସେମାନଙ୍କର ନିୟୁକ୍ତି ତଥ୍ୟ ଦେବା ସହ ନିୟମିତ ଅପଡେଟ କରନ୍ତି । ଆଉ ଏହାର ସାହାଯ୍ୟ ନେଇ ସାତ ଲକ୍ଷ ଲୋକ ଚାକିରି ପାଇଲେଣି ।

୧୪ବର୍ଷରୁ ଅଧିକ ବୟସର ପିଲାମାନେ ଏଥିରେ ପଂଜୀକରଣ କରିପାରିବେ । ଅଳ୍ପ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏଥିରୁ ଚାକିରି ପାଇପାରିବେ । ଏଥିରେ ପଂଜୀକରଣ ପାଇଁ ପଢାଲେଖାର ଆବଶ୍ୟକତା ନାହିଁ । ଏଥିପାଇଁ ଅ।।ପଣଙ୍କର ସ୍ୱତନ୍ତ୍ର ପରିଚୟ ପତ୍ର ରହିବା ଆବଶ୍ୟକ । ଯଥା , ଭୋଟର କାର୍ଡ, ଆଧାର କାର୍ଡ, ପ୍ୟାନ ନମ୍ବର, ଡ୍ରାଇଭିଂ ଲାଇସେନ୍ସ ଯେକୌସି ଗୋଟିିଏ ଥିଲେ ଆପଣ ପଂଜିକରଣ କରିପାରିବେ ।

ଏଥିପାଇଁ ଆପଣ ଏନଏସସି.ଜିଓଭି.ଇନରେ ପଂଜୀକରଣ କରିବେ । ତାପରେ ଆପଣଙ୍କୁ ଗୋଟିଏ କୋଡ ମିଳିବ । ତାପରେ ଆପଣ ପଂଜୀକରଣ କରିପାରିବେ । ଏପରିକି ଆପଣଙ୍କ ଅଫଲାଇନ ହୋଇଗଲେ ବି ଆପଣଙ୍କ ମୋବାଇଲକୁ ଚାକିରି ସମ୍ବନ୍ଧୀୟ ମେସେଜ ଆସିଯିବ ।
ଆପଣ ଥରେ ପଂଜୀକରଣ କରିସାରିବା ପରେ ଆପଣଙ୍କୁ ସର୍ଚ ଅପସନ ଆସିବ । ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣ ଚାକିରି ଖୋଜିପାରିବେ । ସେଠାରେ ବିଭିନ୍ନ କମ୍ପାନୀରେ ଥିବା ଖୋଲାଥିବା ଲେଖାଥିବ । ଆପଣ ଦେଖି ଅନଲାଇନରେ ଆବେଦନ କରିପାରିେବେ ।