ସପୁରୀ ଦେବ ସୁନ୍ଦର ଆଖି ।

128

ଦୈନଦିନ ଜୀବନରେ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ଫଳ ଖାଇଥାଉ । ଏଥିମଧ୍ୟରୁ ସପୁରୀ ଗୋଟିଏ । ଏହାର ସ୍ୱାଦ ଖଟାମିଠା । ସପୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆଖିର ଦୃଷ୍ଟିଶକ୍ତି ବଢାଇବା ପାଇଁ ସପୁରୀ ବେଶ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ସପୁରୀରେ ରହିଥିବା ଗୁଣ ସମ୍ବନ୍ଧରେ ।

ବୟସ ବୃଦ୍ଧି ହେବା ସହ ତ୍ୱଚା ଓ ଜୀବନଶୈଳୀ ଉପରେ ଖୁବ ପ୍ରଭାବ ପଡିଥାଏ । ତା’ସହ ଦୃଷ୍ଟିଶକ୍ତି ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡିଥାଏ । ବୟସ ବଢିବା ସହ ଦୃଷ୍ଟିଶକ୍ତି ବଢିଥାଏ । ତେବେ ଦୃ୍ଷ୍ଟିଶକ୍ତିକୁ ନିୟନ୍ତ୍ରଣ ରଖିବା ଲାଗି ସପୁରୀ ଖାଇବା ଉପଯୋଗୀ ।

ଯଦି ଆପଣ ନିୟମିତ ସପୁରୀ ଖାଆନ୍ତି, ତେବେ ଆଖିର ଦୃଷ୍ଟିଶକ୍ତି ସତେଜ ରହିବ । କାରଣ ସପୁରୀରେ ଭରପୁର ମାତ୍ରରେ ଭିଟାମିନ-ଏ ରହିଛି । ଆପଣମାନେ ମଧ୍ୟ ଜାଣିଥିବେ ଭିଟାମିନ-ଏ ଆମ ଆଖିର ରଶ୍ମୀକୁ ଠିକ ଭାବରେ ରଖିବା ଉପଯୁକ୍ତ ତତ୍ୱ । ତାହା ସହ ସପୁରୀରେ ଆଂଟିଅକ୍ସିଡେଂଟସ, ପୋଟାସିୟମ ପୋଷକ ରହିଛି । ଯାହା ସ୍ୱାସ୍ଥ ପାଇଁ ଲାଭଦାୟକ ।