ସତରେ ଅଛନ୍ତି କି ଶିବ ! ଗୁଗୁଲ୍ ମ୍ୟାପ୍ ଦେଖାଇଲା କୈଳାଶପତିଙ୍କ ପ୍ରତିଛବି

225

ଭଗବାନ୍ ଭୋଳାନାଥଙ୍କ ବାସସ୍ଥାନ ହେଉଛି କୈଳାଶ ପର୍ବତ । ତେଣୁ ଶିବଙ୍କ ଅନ୍ୟନାମ କୈଳାଶପତି । କିନ୍ତୁ ଏକଥା ଆମେ କେବଳ ଶୁଣିଛେ । ହେଲେ କଣ ଆପଣ ଜାଣନ୍ତି କି କିଛି ମାସ ତଳେ ଏହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା । ଅର୍ଥାତ୍ କୈଳାଶ ପର୍ବତରେ ଦେଖିବାକୁ ମିଳିଛି ଭଗବାନ ଶିବଙ୍କ ପ୍ରତିମା ।

କୈଳାଶ ପର୍ବତରେ ଶିବଙ୍କ ଏହି ପ୍ରତିଛବି କୌଣସି ସାଧାରଣ ବ୍ୟକ୍ତିଙ୍କ କ୍ୟାମେରା ନୁହେଁ ବରଂ ଗୁଗୁଲ୍ ମ୍ୟାପରେ ଦେଖିବାକୁ ମିଳିଛି । ବିଭିନ୍ନ କୋଣରୁ ନିଆଯାଇଥିବା ଏହି ଫଟୋମାନଙ୍କରେ ସ୍ପଷ୍ଟ ଭାବରେ ଭାବରେ ଭଗବାନ ଶିବଙ୍କର ପ୍ରତିଛବି ଦେଖିବାକୁ ମିଳିଛି । ତେବେ ଗୁଗୁଲ ମ୍ୟାପରେ ନିଆ ଯାଇଥିବା ଏହି ଫଟୋ ଗୁଡିକ ଦେଖିଲେ କେହି ବିଶ୍ୱାସ କରିବ ଯେ ଏହା ଭଗବାନ ଶିବଙ୍କ ପ୍ରତିମୂତ୍ତି ବୋଲି ।

ହିନ୍ଦୁ ଦେବାଦେବୀଙ୍କୁ ନେଇ ଅନେକ ଘଟଣା ଏବଂ ଧାରଣା ଲଗାତାର ସାମ୍ନାକୁ ଆସୁଛି । ଧର୍ମ ଏବଂ ଧାର୍ମିକ ସଦ୍ଭାବ ଉପରେ ବିଶ୍ୱାସ ରଖୁଥିବା ଲୋକ ମାନଙ୍କ ପାଇଁ ଭଗବାନଙ୍କ ଆସ୍ତିତ୍ୱ ରହିଛି । କିନ୍ତୁ ନାସ୍ତିକମାନେ ମାନନ୍ତି ଭଗବାନ ବୋଲି କେହି ନାହାଁନ୍ତି । ଏହା କେବଳ ଏକ ମନଗଢା କାହାଣୀ । କିନ୍ତୁ ଏବେ ଏହି ଘଟଣା ପରେ ଆପଣ ନିଶ୍ଚୟ ଭାବିବାକୁ ବାଧ୍ୟ ହେବେ ଯେ ପୃଥିବୀରେ ମଣିଷ ବ୍ୟତୀତ ଏକ ଅଦୃଶ୍ୟ ଶକ୍ତି ଅଛି ଯାହା ପାଇଁ ଦୁନିଆ ଚାଲିଛି ।

ସୌଜନ୍ୟ : ପତ୍ରିକା