ଅଜବ ପରମ୍ପରାର ନିଆରା ଅନ୍ଧବିଶ୍ୱାସ ! ନବଜାତ ଶିଶୁକୁ ତଳେ ଶୁଆଇ ଡିଆଁ ଯାଏ

52

ସ୍ପେନ : ଦୁନିଆରେ ଅନେକ ପରମ୍ପରା ଦେଖିବାକୁ ମିଳେ । ଆଉ ଏହି ପରମ୍ପରା ଆଳରେ ଅନେକ ରୀତିନୀତି ପାଳନ କରାଯାଏ । ଏହା ଆମକୁ ଅନ୍ଧବିଶ୍ୱାସ ଭଳି ଲାଗେ । କେତେବେଳେ ଏହା ମନୋରଂଜନ ପରି ମନେ ହୁଏତ କେତେବେଳେ ଏହା ଆଶ୍ଚର୍ଯ୍ୟ ବି କରେ ସମସ୍ତଙ୍କୁ । ଏହିଭଳି ଏକ ପରମ୍ପରା ସ୍ପେନରେ ପାଳନ କରାଯାଏ । ଏହାକୁ ‘ଡେଭିଲ୍ସ ଜମ୍ପ’କୁହାଯାଏ । ଏହି ପରମ୍ପରାରେ ନବଜାତ ଶିଶୁକୁ ତଳେ ଶୁଆଇ ତା ଉପରେ ଡିଆଁ ଯାଏ  ।

ଏହିପରି ଏକ ଅଜବ ପ୍ରଥାରେ ନବଜାତ ଶିଶୁକୁ ଜନ୍ମ ଦେଇଥିବା ମହିଳାମାନେ ସାମିଲ ହୋଇଥାନ୍ତି । ସେମାନେ ନିଜର ନବଜାତ ଶିଶୁକୁ ତଳେ ଶୁଆଇ ଦିଅନ୍ତି । ତାଙ୍କ ଉପରକୁ ଲୋକେ ଡେଇଁଥାନ୍ତି । ଆଉ ଏହି ଡେଭିଲ ଜମ୍ପ ଉତ୍ସବ ଦେଶସାରା ବଡ ଧୁମଧାମରେ ପାଳନ କରାଯାଏ ।

ଏହି ଉତ୍ସବ ପଛରେ ଏଠାର ଲୋକଙ୍କର ରହିଛି ଏକ ଅନ୍ଧବିଶ୍ୱାସ । ଏମିତି କରିବା ଦ୍ୱାରା ଶିଶୁଟି ସବୁ ପ୍ରକାର ପାପରୁ ଶୁଦ୍ଧ ହୋଇଥାଏ । ନବଜାତର ଆଖପାଖରୁ ସବୁ ନକରାତ୍ମକ ସକ୍ତି ଦୂର ହୋଇଯାଏ । ଏହି ଉତ୍ସବଟି ସ୍ପେନରେ ୧୬୨୦ମସିହାରୁ ପାଳନ କରାଯାଉଛି ।                     ( ସୈାଜନ୍ୟ : ଦୈନିକ ଜାଗରଣ )

ଦେଖନ୍ତୁ ଏହି ଭିଡିଓ-

ଏହାସହ ମଧ୍ୟ ପଢନ୍ତୁ- ହନୁମାନଙ୍କୁ ଆରାଧନା କଲେ ଶନି କରିବେନି କୋପ ! କାହିଁକି ଏ ବରଦାନ ଦେଲେ ଶନିଦେବ ?