ବାଙ୍କୀରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ ! ଜଣେ ମୃତ, ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

23

କନକ ବ୍ୟୁରୋ: ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ । ବାଙ୍କୀ ଥାନା ଅନ୍ତର୍ଗତ ପଶାଣିଆ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ବାଙ୍କୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।