ନିର୍ବାଚନୀ ଟଙ୍କା କାରବାର ନେଇ ଆଇନ୍ ଯୁଦ୍ଧ ! ଗଂଜାମ ଜିଲ୍ଲାପାଳ କହିଲେ, ଏହା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ପଦ ମର୍ଯ୍ୟାଦାରେ ଆଣିଛି ଆଂଚ୍

28

କନକ ବ୍ୟୁରୋ : ନିର୍ବାଚନରେ ଆର୍ଥିକ ଅନିୟମିତତା ନେଇ ଆଇନର ଯୁଦ୍ଧ ଘନୀଭୂତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଂଜାମର ଜିଲ୍ଲାପାଳ ହାଇକୋର୍ଟରେ ଆବେଦନ କରିଛନ୍ତି ଯେ ଚାଲିିଥିବା ମାମଲା ଖାରଜ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ପଦ ମର୍ଯ୍ୟାଦାରେ ଏଭଳି ଏକ ମାମଲା ଆଂଚ୍ ଆଣିଛି ବୋଲି ଏହି ପିଟିସନରେ ଗଂଜାମର ଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ପ୍ରେମ୍ ଚନ୍ଦ୍ର ଚୌଧୁରୀ ଦର୍ଶାଇଛନ୍ତି ।

ହାଇକୋର୍ଟରେ ଦାଖଲ ହୋଇଥିବା ଗଂଜାମ ଜିଲ୍ଲାପାଳଙ୍କ ଏହି ସତ୍ୟପାଠଟି ଜାରି ରହିଥିବା ବିଜେଡିର ନିର୍ବାଚନ ପାଣ୍ଠି ବିବାଦକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି । ଗଂଜାମର ଜିଲ୍ଲାପାଳ ପ୍ରେମ୍ ଚନ୍ଦ୍ର ଚୌଧୁରୀ କୋର୍ଟକୁ କହିଛନ୍ତି- ଏହା ଏକ ନିର୍ବାଚନ ବିବାଦ ହୋଇନଥିବାରୁ ଗୋଟିଏ ବର୍ଷ ପରେ ଏହାକୁ ପୁଣି ଥରେ ଯୁକ୍ତିଯୁକ୍ତ ନୁହେଁ । ଆର୍ଥିକ କାରବାର ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆସରିଥିବା ବେଳେ ଏବଂ କମିଶନ ଏହାକୁ ଗ୍ରହଣ କରିସାରିଥିବା ବେଳେ ତୃତୀୟ ପକ୍ଷର କଥାରେ ଏହାକୁ ପୁଣିଥରେ ଆରମ୍ଭ କରିବା ଉଚିତ ହେବ ନାହିଁ ।

ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦବୀରେ ରହିଥିବାରୁ ଏବଂ ଆବେଦନକାରୀ ସିଧାସଳଖ ଏସଂପର୍କରେ ଗଣମାଧ୍ୟମକୁ ଯାଉଥିବାରୁ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି । ଏ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତିହୀନ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଆବେଦନକାରୀ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବା ଭୋଟର ନୁହନ୍ତି । ତେଣୁ ଆବେଦନକାରୀଙ୍କ ଏହି ମାମଲା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲ୍ଲାପାଳ ଦର୍ଶାଇଛନ୍ତି ।