ଦିଲ୍ଲୀ : ରାଜପଥରେ ଅନୁଷ୍ଠିତ ହୋଇଛି ଗଣତନ୍ତ୍ର ଦିବସ ପରେଡର ଫୁଲଡ୍ରେସ ରିହର୍ସଲ

28

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି । ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହୋଇଛି ଗଣତନ୍ତ୍ର ଦିବସ ପରେଡରେ ଫୁଲଡ୍ରେସ ରିହର୍ସଲ । ଏଥରର ମୁଖ୍ୟ ଆକର୍ଷଣ ରହିଛି ସଂଯୁକ୍ତ ଆରବ ଏମିରେଟ୍ସ ଯବାନଙ୍କ ପରେଡ୍ । ରିହର୍ସଲ ପାଇଁ ବିଜୟ ଚୌକର ରାସ୍ତାକୁ ସିଲ କରିଦିଆଯାଇଛି । ଦୀର୍ଘ ୨୩ ବର୍ଷ ପରେ ଏଥର ଲାକ୍ଷାଦ୍ୱୀପକୁ ପରେଡରେ ସାମିଲ କରାଯାଇଛି ।