ଛଅ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ପୁଲିସ୍ । କଳାବ୍ୟାଜ୍ ପିନ୍ଧି ପ୍ରତିବାଦ, ସେପଟେ କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ଆଜିଠାରୁ ପ୍ରତିବାଦ ଆରମ୍ଭ କରିବ ଓଡ଼ିଶା ପୁଲିସ୍

335

କନକ ବ୍ୟୁରୋ : ଆଜିଠାରୁ ପ୍ରତିବାଦ ଆରମ୍ଭ କରିବ ଓଡ଼ିଶା ପୁଲିସ୍ । ଠିକା ନିଯୁକ୍ତିକୁ ଉଚ୍ଛେଦ, ଗ୍ରେଡ ପେରେ ସଂଶୋଧନ ସହ ସଂଘ ୬ ଦଫା ଦାବି ନେଇ ଆଜି ଠାରୁ କଳାବ୍ୟାଜ୍ ପିନ୍ଧିବା ପ୍ରତିବାଦ କରିବ । ସରକାର ଦାବିକୁ ଗ୍ରହଣ କଲେ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପୁଲିସ । ଦାବି ପୁରଣ ନହେଲେ କାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ପୋଲିସ ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଏହି ଆନ୍ଦୋଳନରେ ସାରା ରାଜ୍ୟର ୭୨ ହଜାର ପୁଲିସ୍ କର୍ମଚାରୀ ସାମିଲ ହେବେ ବୋଲି ସଂଘ କହିଛି । ଓଡିଶା ପୁଲିସ୍ ସର୍ଭିସ ଆସୋସିଏସନ, ଓଡିଶା ପୁଲିସ୍ଆ ସୋସିଏସନ ଏବଂ ସିପାହୀ, କନଷ୍ଟେବଳ ଓ ହାବିଲଦାର ମହାସଂଘ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ ଏନେଇ ଚେତାବନୀ ଦିଆଯାଇଛି ।