ଆଜିଠୁ ଆରମ୍ଭ ହେଉଛି ୧୮ତମ ଅଂଜଳୀ ଶିଶୁ ମହୋତ୍ସବ । ୩୦୦ ଦିବ୍ୟାଙ୍ଗ ଶିଶୁ ମହୋତ୍ସବରେ ନେବେ ଭାଗ

149

କନକ ବ୍ୟୁରୋ : ଦିବ୍ୟାଙ୍ଗ ହେଲେ ମଧ୍ୟ ସମର୍ଥ । ସେମାନେ ବି ଗଢିପାରିବେ ତାଙ୍କ କଳ୍ପନା ପୃଥିବୀ । ଏହି ବାର୍ତା ନେଇ ଆରମ୍ଭ ହୋଇଛି ୧୮ତମ ଅଂଜଳୀ ଶିଶୁ ମହୋତ୍ସବ । ଚଳିତ ବର୍ଷ ଅଂଜଳୀ ଶିଶୁ ମହୋତ୍ସବ ୧୮ ବର୍ଷରେ ପହଂଚୁଥିବାରୁ ଏଥିରେ ଯୁବକମାନଙ୍କୁ ସାମିଲ କରାଯାଇଥିବା କହିଛନ୍ତି ଏହାର ମୁଖ୍ୟ ଡକ୍ଟର ସୃତି ମହାପାତ୍ର । ଚଳିତ ବର୍ଷ ଏହି ମହୋତ୍ସବରେ ୩ଶହରୁ ଅଧିକ ଦିବ୍ୟାଙ୍ଗ ଶିଶୁ ଭାଗ ନେଉଛନ୍ତି ।

ସେହିପରି ଦେଶ ବାହାରୁ ବାଂଲାଦେଶର ଦିବ୍ୟାଙ୍ଗ ଶିଶୁମାନେ ଏହି ମହୋସବରେ ଭାଗ ନେଉଛନ୍ତି । ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଖେଳରେ ଖେଳରେ ବିଭିନ୍ନ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।