ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି ୨ଟି କମେଡି ସିନେମା ! ‘ୱେଲକମ୍ ଟୁ ନ୍ୟୁୟର୍କ’ ସିନେମାକୁ ଟକ୍କର ଦେଉଛି ‘ସୋନୁ କେ ଟିଟୁ କି ସୁଇଟି’

37

ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ମଲ୍ଟି ଷ୍ଟାରର ସିନେମା ‘ୱେଲକମ୍ ଟୁ ନ୍ୟୁୟର୍କ’ । ଥ୍ରୀ-ଡି ଭର୍ସନରେ ରିଲିଜ୍ ହେଉଥିବା ଏହି ସିନେମାରେ ରହିଛି ଭରପୁର କମେଡି । ସିନେମାରେ ସୋନାକ୍ଷୀ ସିହ୍ନା, ରିତେଶ୍ ଦେଶମୁଖ, ଦିଲଜିତ୍ ଦୋ-ସାଞ୍ଜ, ଲାରା ଦତ୍ତା, କରନ୍ ଜୋହର ଏବଂ ବୋମନ୍ ଇରାନୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ସିନେମାର ଅଧିକାଂଶ ଭାଗ ନ୍ୟୁୟର୍କରେ ସୁଟିଂ ହୋଇଛି । ୱେଲକମ୍ ଟୁ ନ୍ୟୁୟର୍କ ସିନେମାର ନିର୍ଦ୍ଦେଶନା ଚକ୍ରୀ ଟୋଲେଟି ଦେଇଥିବା ବେଳେ ସିନେମାର ପ୍ରଯୋଜକ ଅଛନ୍ତି- ବିଷ୍ଣୁ ଏବଂ ଜ୍ୟ।କି ଭଗ୍ନାନୀ ।

friday release

ସେହିପରି ୱେଲକମ୍ ଟୁ ନ୍ୟୁୟର୍କକୁ ଟକ୍କର ଦେବା ପାଇଁ ବଲିଉଡ ବକ୍ସ ଅଫିସରେ ଆଜି ରିଲିଜ୍ ହୋଇଛି କମେଡି ସିନେମା ‘ସୋନୁ କେ ଟିଟୁ କି ସୁଇଟି’ । ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି- କାର୍ତ୍ତିକ ଆର୍ୟନ୍, ନୁଶରତ୍ ଭରୁଚା, ସନି ସିଂ, ଆଲକନାଥ ଓ ବୀରେନ୍ଦ୍ର ସକସେନା । ସିନେମାରେ ରହିଛି ଭରପୁର କମେଡ଼ି । କାର୍ତ୍ତିକ ବଲିଉଡରେ ସେତେଟା ପରିଚିତ ନଥିଲେ ବି ‘ପ୍ୟାରକେ ପଂଚନାମା ଭଳି ସିନେମା କରି ବେଶ ଚର୍ଚ୍ଚାକୁ ଆସିଥିଲେ । ‘ପ୍ୟାରକେ ପଂଚନାମା’ର ସଫଳ ଯୋଡ଼ିଙ୍କୁ ଏହି ସିନେମାର ଦେଖିବାକୁ ମିଳିବ ।