ସବୁ ବିବାଦର ଅନ୍ତ ! ଶେଷରେ ଘରକୁ ଫେରିଲେ ବାବୁଲା ପଣ୍ଡା

66

କନକ ବ୍ୟୁରୋ: ବିବାଦରେ ଥିବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷୀ ପଣ୍ଡାଙ୍କ ନାତି ଜୟପୁରର ବାବୁଲା ପଣ୍ଡା ଶେଷରେ ଘରକୁ ଫେରିଛନ୍ତି । ଜୟପୁରରେ ଘରେ ତାଙ୍କ ମା ସୁଜାତା ପଣ୍ଡାଙ୍କ ସହ ଆଜି ବାବୁଲା ପଣ୍ଡାଙ୍କୁ ଦେଖିବାକୁ ମିଳିଛି । ଗତକାଲି ସେ ଏସସିବିରୁ ଡିସଚାର୍ଜ ହୋଇଥିଲେ ।

ଗତ ମାସ ୧୬ ତାରିଖରେ ଭୁବନେଶ୍ୱରରେ ଲକ୍ଷୀ ପଣ୍ଡାଙ୍କ ପୁଅ ବୋହୂଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ସାମିଲ ହେବାକୁ ବାବୁଲା ତାଙ୍କ ବାପା ଓ ମାଙ୍କ ସହ ଜୟପୁରରୁ ଭୁବନେଶ୍ୱର ଆସିଥିଲେ । କିନ୍ତୁ ପରେ ଭୁବନେଶ୍ୱର ଷ୍ଟେସନରୁ କେଉଁଆଡେ ଚାଲିଯାଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । ଶେଷରେ ଭୁବନେଶ୍ୱର ମଂଚେଶ୍ୱର ଅଂଚଳରୁ ବାବୁଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତି କରାଯାଇଥିଲା । ଏବେ ଘରେ ପୁରା ପରିବାର ପହଂଚିବା ପରେ ସବୁ ବିବାଦର ଅନ୍ତ ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –