ଏଟିଏମରୁ ଟଙ୍କା ଉଠାଉଥିବା ଲୋକଙ୍କ ପାଇଁ ଖୁସି ଖବର : ଏଟିଏମ୍ ଓ ଚେକରେ ଟଙ୍କା ଉଠାଇଲେ ଦେବାକୁ ପଡିବ ନାହିଁ ଟ୍ୟାକ୍ସ

80

ଏଟିଏମ୍ ରୁ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ମିଳିଲା ବଡ ଆଶ୍ୱସ୍ଥି । ଏଟିଏମ୍ ରୁ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କୁ ଏବେ ଟ୍ୟାକ୍ସ ଦେବାକୁ ପଡିବନି । କାହିଁକିନା ଏଟିଏମ୍ ରୁ ଟଙ୍କା ଉଠାଇବା ଜିଏସଟି ପରିସର ବାହାରେ । ଏହା ସହିତ ଚେକ୍ ବୁକ୍ ବୀମା ଭଳି ସେବାଗୁଡିକୁ ମଧ୍ୟ ଜିଏସଟି ପରିସର ବାହାରେ ରଖାଯାଇଛି । କିନ୍ତୁ କ୍ରେଡିଟ୍ କାର୍ଡରୁ ବକେୟା ଅର୍ଥ ଉପରେ ଲାଗୁଥିବା ଲେଟ୍ ଚାର୍ଜ ଉପରେ ଜିଏସଟି ଲାଗିବ ।

ରାଜସ୍ୱ ବିଭାଗ ବ୍ୟାଙ୍କିଙ୍ଗ, ବୀମା ଏବଂ ସେୟାର ବ୍ରୋକର ସେବା ଗୁଡିକ ଉପରେ ଜିଏସଟି ଲାଗୁ ହେବା ସମ୍ବନ୍ଧରେ ବାରମ୍ବାର ଉଠୁଥିବା ପ୍ରଶ୍ନର ନିବାରଣ ଜାରି କରି ଏହି ସମ୍ବନ୍ଧରେ ସ୍ପଷ୍ଟିକରଣ ଦେଇଛନ୍ତି ।

ବିତ୍ତୀୟ ସେବା ବିଭାଗ ଗତ ମାସରେ ଏହି ସମ୍ବନ୍ଧରେ ରାଜସ୍ୱ ବିଭାଗକୁ ସଂପର୍କ କରିଥିଲେ । ପିଡବ୍ଲୁସିର ମୁଖ୍ୟ ପ୍ରତୀକ ଜୈନ କାହିଛନ୍ତି କି ଏଫଏକ୍ୟୁ ବହୁତ ମହତ୍ୱପୂର୍ଣ୍ଣ କାହିଁକିନା ଜିଏସଟିର ଦୃଷ୍ଟିକୋଣରୁ ବିତ୍ତୀୟ ସେବାଗୁଡିକୁ ସବୁଠାରୁ ଜଟିଳ ବିବେଚନା କରାଯାଏ । ରାଜସ୍ୱ ବିଭାଗ ଏଟିଏମ୍ ଟ୍ରାଂଜକସନକୁ ଜିଏସଟି ପରିସର ବାହାରେ କରିବା ପାଇଁ ଦାବି କରିଥିଲେ ।