ଏମିତି ଏକ ଅଦ୍ଭୁତ ହ୍ରଦ, ଯେଉଁଠି ପାଣିର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ୍ : ଜାଣନ୍ତୁ ଏହା ପଛର କାରଣ

35

ଦୁନିଆଟା ରହସ୍ୟର ଗନ୍ଥାଘର । ଆପଣ ଯେଉଁଠି ଆଖି ପକେଇବେ ଆପଣଙ୍କୁ କିଛି ନା କିଛି ଅଦ୍ଭୁତ ଦେଖିବାକୁ ମିଳିବ । ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯାହା କୈାଣସି ବିସ୍ମୟ ଠାରୁ କମ୍ ନୁହେଁ । ବୈଜ୍ଞାନିକ ଦୃଷ୍ଟିକୋଣୁ କିଛି ବି ଆଜିକାଲି ଅଦ୍ଭୁତ ଲାଗୁନି । କାହିଁକିନା ବିଜ୍ଞାନ ପ୍ରତ୍ୟେକ ଜିନିଷର ଲଜିକ୍ ଦିଏ । ଯେମିତି ବଦ୍ରୀନାଥ ଧାମରେ ଏକ କୁଣ୍ଡ ଅଛି । ସେମିତି ଆପଣଙ୍କୁ ଏକ ହ୍ରଦ ବିଷୟରେ ଜଣାଇବାକୁ ଯାଉଛୁ । ଯାହାର ପାଣି ଏତେ ଗରମ ଯେ ୨୦ ସେକଣ୍ଟେ ଭିତରେ ଆପଣଙ୍କ ଭାତ ସିଝିଯିବ ।

କାରିବିଆନ୍ କ୍ଷେତ୍ରରେ ଡୋମିନିକାରେ ସ୍ଥିତ ମର୍ନ ଟ୍ରଇସ୍ ପିଟସନ୍ ଜାତୀୟ ଉଦ୍ୟାନରେ ଏକ ପାହାଡ ଉପରେ ଅବସ୍ଥିତ ହ୍ରଦ ଦୁନିଆରେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏହି ହ୍ରଦ କୂଳର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ୍ ରୁ ଅଧିକ ଯାହାକି ପାଣିର ବଏଲିଙ୍ଗ ପଏଣ୍ଟ ଠାରୁ ଦୁଇଗୁଣ ଅର୍ଥାତ୍ ଭୁଲରେ ବି ଛୁଇଁ ପାରିବେନି । ଆଶ୍ଚର୍ଯ୍ୟର କଥା ଏହା ଯେ ଏହାର କେନ୍ଦ୍ରର ତାପମାତ୍ରା ଏପର୍ଯ୍ୟନ୍ତ ମପା ଯାଇପାରିନାହିଁ ।

ଏହି ହ୍ରଦର ଆବିଷ୍କାର ବର୍ଷ ୧୮୭୦ରେ Edmund Watt Henry Alfred Alford Nicholls ନାମକ ଶାସକଙ୍କ ଦ୍ୱାରା କରାଯାଥିଲା । ଏପର୍ଯ୍ୟନ୍ତ ଏହି ଅନୁସନ୍ଧାନକୁ ୧୪୭ ବର୍ଷ ହୋଇଗଲାଣି କିନ୍ତୁ ଏହି ହ୍ରଦର ପାଣି ସରେନି ।