ଗ୍ରାହକଙ୍କୁ ଠକୁଛି ଗ୍ୟାସ୍ ଏଜେନ୍ସି ! ସିଲିଣ୍ଡରରେ ସିଲ୍ ଥାଇ ମଧ୍ୟ ଏଭଳି ଉପାୟରେ ଗ୍ୟାସ୍ ଚୋରି କରୁଛନ୍ତି ଡେଲିଭରି ବଏ ।

1,095

ଯଦି ଆପଣଙ୍କ ରୋଷେଇ ଗ୍ୟାସ୍ ସାମାନ୍ୟ ବ୍ୟବହାର ହେଲା ପରେ ଶେଷ ହୋଇଯାଏ ତେବେ ଆପଣଙ୍କୁ ଏହାକୁ ଖାମଖିଆଲ ଭାବରେ ନ ନେଇ ଆକ୍ସନ୍ ନେବାକୁ ପଡିବ । କିଏ ଜାଣେ ଗ୍ୟାସ୍ ଏଜେନ୍ସି କିମ୍ବା ହୋମ୍ ଡେଲିଭରି ବଏ ସିଲିଣ୍ଡରର ସିଲ୍ ବନ୍ଦ ଥାଇ ମଧ୍ୟ ଆପଣଙ୍କୁ ଚୂନ ଲଗାଉନଥିବେ ।

ଋଷିକେଶରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଠାରେ ଏକ ଏଜେନ୍ସିର ହୋମ୍ ଡେଲିଭରି ବଏ ଏଭଳି କିଛି ଘଟଣା ଘଟାଉଥିବା ବେଳେ ଧରା ପଡିଛନ୍ତି । ସିଲିଣ୍ଡରର ସିଲ୍ ବାହାର ନକରି ଏକ ଲୁହା ତାର ମାଧ୍ୟମରେ ସିଲ୍ ଭାଙ୍ଗି ଆଉ ଏକ ଗ୍ୟାସ୍ ସିଲିଣ୍ଡରରେ ଭର୍ତ୍ତି କରାଯାଉଥିଲା । ପରମୁହୂର୍ତ୍ତରେ ସିଲକୁ ଏଭଳି ଉପାୟରେ ଲଗାଇ ଦିଆଯାଉଥିଲା ଯେ କାହାରିକୁ ଏନେଇ କୌଣସି ଖବର ନ ମିଳିପାରିବ । ଯେତେବେଳେ ସ୍ଥାନୀୟ ଲୋକଙ୍କ ଆଗକୁ ଏହି ଖବର ଆସିଲା ସେତେବେଳେ ପ୍ରକୃତ କଥା ବାହାରକୁ ଆସିଲା । ଗ୍ୟାସ୍ କୁ ଓଜନ କରିବା ପରେ ସବୁ ସିଲିଣ୍ଡରରୁ ୨ ରୁ ୩ କେ.ଜି. କମ୍ ଓଜନ ଆସିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସିଲ୍ ର କିଛି ବି କ୍ଷତି ହୋଇନଥିଲା ।