କୋଟିପତି ଠକଙ୍କ ହାତରେ ହାତକଡି : ୪ ଜଣଙ୍କୁ ଗୋଟିଏ ପ୍ଲଟ ବିକି ଗିରଫ ହେଲେ ୨ ଭାଇ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପାଲିସ କବଜାରେ କୋଟିପତି ଠକ । ଗୋଟିଏ ଜମିକୁ ବାରମ୍ବାର ବିକ୍ରି କରୁଥିଲେ ଏହି ମହା ଠକ । ତା ପୁଣି ରାଜଧାନୀ ଭୁବନେଶ୍ୱରରେ । ଏକାଧିକ ଲୋକଙ୍କୁ ଜମି ଦେବା ନାଁରେ ଚୂନ ଲଗାଇଥିଲେ । ଏବେ ପୋଲିସ ହାତରେ ଧରାପଡିଛନ୍ତି ଦୁଇ ଠକ ଭାଇ ମହାଦେବ ଦାସ ଓ ଶାନ୍ତୁନୁ ଦାସ । ରାଜଧାନୀରେ ଜମି ଦେବାକୁ କହି ତଳି ତଳାନ୍ତ କରିଛନ୍ତି ଲୋକଙ୍କୁ । କୋଟି କୋଟି ଟଙ୍କାର ଚୁନ ଲଗାଇଛନ୍ତି । ଜଣେ କି ଦୁଇ ଜଣ ନୁହଁନ୍ତି ଏକାଧିକ ଲୋକ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ରାଜଧାନୀରେ ଥିବା ଜୁଝଗଡ ମୌଜାର ୭ହଜାର ସ୍କୋୟାରଫୁଟର ଏକ ପ୍ଲଟ କିଣିଥିଲେ ଏହି ୨ ଦଲାଲ ଭାଇ । ଆଉ ଏହି ଗୋଟିଏ ପ୍ଲଟକୁ ୪ଜଣକୁ ବିକ୍ରି କରିଥିଲେ ଏହି ୨ ଭାଇ । ଜଣେ ପ୍ଲଟ ଦେଖାଉଥିଲା ଆଉ ଜଣେ ଲୋକଙ୍କ ଠାରୁ କ୍ୟାସ୍ ଓ ଚେକ୍ ମାଧ୍ୟମରେ ଟଙ୍କା ଉଠାଉଥିଲା । ଆଉ ଜମି ପଜେସନ୍ କଥା ଆସିଲେ ନାଁ ଟଙ୍କା ଫେରାଉ ଥିଲେ ନା ଜମି ।

୨ ଠକଙ୍କ ଗିରଫଦାରୀ ପରେ,ଠକେଇର ମାତ୍ରା ବଢିବ ବୋଲି କୁହାଯାଉଛି । ଏମାନଙ୍କ ଠାରୁ କିଛି ଜମିର କାଗଜପତ୍ର ଓ କିଛି ନକଲି ଚେକ୍ ଜବତ କରିଛି ପୁଲିସ । ତେବେ ଏହି ୨ ଠକଙ୍କୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।