ସେନା ଦିବସରେ ସେନାର ବଡ ସଫଳତା । ୭ ପାକିସ୍ତାନ ସେନା ଓ ୬ ଆତଙ୍କବାଦୀଙ୍କୁ ନିପାତ କଲେ ଯବାନ

31

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ଉରିରେ ସେନାର ବଡ ଅପରେସନ । ସେନା ଦିବସରେ ଶତ୍ରୁପକ୍ଷକୁ କଡା ଜବାବ ଦେଇଛନ୍ତି ଯବାନ । ୧୩ ଜଣଙ୍କୁ ନିହତ କଲା ଭାରତୀ ସେନା । ଜମ୍ମୁକଶ୍ମୀର ଏଲଓସିରେ ୭ ପାକିସ୍ତାନ ସେନା ଓ ଉରି ସେକ୍ଟରରେ ଜୈଶ୍-ଏ-ମହମ୍ମଦର ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଯବାନ ।

ଆଜି ସକାଳେ ଉରି ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ୬ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି । ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୋଲିସ ଏହି ମିଳିତ ଅପରେସନ କରିଥିଲେ । ଜାମ୍ମୁ-କାଶ୍ମୀରର ପୋଲିସ ଓ ସେନାର ମିଳିତ ଭାବେ ଏହି ଅପରେସନ କରିଥିଲେ । ଉରି ସେକ୍ଟରରେ ବାରମ୍ବାର ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ସେହିଭଲି ପାକିସ୍ତାନର କୋଟଲି ସେକ୍ଟରରେ ଭାରତୀୟ ଯବାନଙ୍କୁ ଗୁଳିରେ ୭ ଜଣ ପାକିସ୍ତାନ ଯବାନ ପ୍ରାଣ ହରାଇଛନ୍ତି ।

ଶୁକ୍ରବାର ଏଠାରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଆଉ ଏହାର କଡା ଜବାବ ଦେଇଥିଲା ସେନା । ଗତବର୍ଷ ଜୁନରେ ବି ଉରି ସେକ୍ଟରରେ ୪୮ ଘଂଟା ମଧରେ ପାକିସ୍ତାନ ଦୁଇଥର ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା ୨୦୧୬ରେ ନିୟନ୍ତ୍ରଣ ରେଖାରେ ପଶି ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଉରିରେ ଆତଙ୍କବାଦୀ ଆକ୍ରମଣରେ ୧୯ ଯବାନ ସହିଦ ହେବା ପରେ ଭାରତ ଏହି ଷ୍ଟ୍ରାଇକ କରିଥିଲା ।