କମୁଛି ପାଣି ! ସୁବର୍ଣ୍ଣରେଖାରେ ପାଣି କମୁଥିଲେ ବି ବାଲେଶ୍ୱର ଓ ବାଲିଆପାଳରେ ଏବେ ବି ଦୁର୍ଦ୍ଦିନରେ ଲୋକେ

17

କନକ ବ୍ୟୁରୋ: ସୁବର୍ଣ୍ଣରେଖା ବନ୍ୟାଜଳରେ ଉବୁଟୁବୁ ଜୀବନ । ବଢି ପାଣିରେ ଶହ ଶହ ଲୋକ ଜଳବନ୍ଦୀ । ଜଳସ୍ତର କମି ଥିଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ରହି ଥିବାବେଳେ ଏବେ ଜଳସ୍ତର ୯.୬୦ ରହିଛି ।

ଗତକାଲି ରାତି ୧୨ଟାରେ ଜଳସ୍ତର ୧୦.୩୬ରହିଥିବାବେଳେ ଏବେ ଏହା କମିବାକୁ ଲାଗିଛି । ରାଜଘାଟରେ ଜଳସ୍ତର କମୁଥିବା ବେଳେ ବାଲିଆପାଳ ଓ ଭୋଗରାଇରେ ଲୋକଙ୍କ ଦୁର୍ଦ୍ଦଶା କମିନି । ଆହୁରି ଦିନକ ପରେ ଏହି ଅଂଚଳରେ ପାଣି କମିବ ଅନୁମାନ କରାଯାଉଛି । ଭୋଗରାଇର ୬୦ଟି ଗାଁ ଏବେବି ପାଣି ଘେରରେ ରହିଛନ୍ତି । ୫୭ନମ୍ବର ଜାତୀୟ ରାଜପଥରେ ୧କିଲୋମିଟର ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ଯାତାୟତ ବନ୍ଦ ରହିଛି ।

ବାଲେଶ୍ୱର ବାଲିଆପାଳ ବ୍ଲକର ୧୦ଟି ପଂଚାୟତର ୭୦ରୁ ଅଧିକ ଗାଁ ଏବେବି ପାଣି ଘେରରେ ରହିଛି । ବସ୍ତା, ଜଳେଶ୍ୱର ଓ ଭୋଗରାଇରେ ବନ୍ୟା ସ୍ଥିତିରେ ସୁଧାର ଆସୁନି । ଗାଁରେ ଏବେ ବି ଅଂଟାଏ ଉଚ୍ଚର ପାଣି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାଘାଟ, ଘରଦ୍ୱାର ସବୁ ପାଣି ଘେରରେ ରହିଛି । ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ରହିିଛି । ଗାଁ ଦାଣ୍ଡରେ ବୋହୁଛି ନଦୀର ପ୍ରଖର ସୁଅ । ଘରୁ ପାଦ କାଢିବା ବି ମୁସ୍କିଲ ହୋଇପଡିଛି । ଲୋକେ ୫ଦିନ ଧରି ଜଳବନ୍ଦୀ ହୋଇରହିଥିଲେ ମଧ୍ୟ ଲେ।।କଙ୍କ ପାଖରେ ରିଲିଫ ପହଂଚିପାରିନଥିବା ଅଭିଯୋଗ ହୋଇଛି ।