ସ୍ୱାଧୀନତା ଦିବସ ଉପଲକ୍ଷେ ଆରମ୍ଭ ହେଲା ଫ୍ଲିପକାର୍ଟ ସେଲ୍ ! ଗ୍ରାହକ ଉଠାଇପାରିବେ ଅନେକ ସୁବିଧା
ଆଉ କିଛି ଦିନ ପରେ ସ୍ୱାଧୀନତା ଦିବସ । ସେଥିପାଇଁ ସାରା ଦେଶରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତର ଇକମର୍ସ ସାଇଟ ଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେଲ ଆରମ୍ଭ କରିଦେଇଛନ୍ତି । ସେଲ ଯୋଗୁଁ ସୁଲଭ ମୂଲ୍ୟରେ ସାମଗ୍ରୀ କିଣିପାରବେ । ଆଉ ଏଥିପାଇଁ ଗ୍ରାହକ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତର ବୃହତ ଇକମର୍ସ କମ୍ପାନି ଫ୍ଲିପକାର୍ଟ ପକ୍ଷରୁ ଚଳିତ ସ୍ୱାଧିନତା ଦିବସ ଅବସରରେ ‘ଫ୍ଲିପକାର୍ଟ ପ୍ଲସ୍’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଫ୍ଲିପକାର୍ଟ ପ୍ଲସ୍ ହେଉଛି ଏକ ଲାଭଦାୟକ କାଯ୍ୟର୍କ୍ରମ ଯାହାକି ଭାରତର ସମସ୍ତ ଗ୍ରାହକଙ୍କ ନିକଟରେ ଏହାର ସମସ୍ତ ସ୍ୱତନ୍ତ୍ର ସୁବିଧା ସହିତ ପହଞ୍ଚିବାକୁ ଳକ୍ଷ୍ୟ ରଖିଛି, ଯେପରିକି ବିନା ମୂଲ୍ୟରେ ମେମ୍ବରସିପ୍ ଏବଂ ରିୱାର୍ଡ଼ ଉପରେ ବିସ୍ତୃତ ରେଞ୍ଜର ପସନ୍ଦ ଅନ୍ତର୍ଭୁକ୍ତ । ଏହି କାଯ୍ୟର୍କ୍ରମ ଗ୍ରାହକ ମାନଙ୍କୁ ସମସ୍ତ ଦିଗରୁ ଏକ ଉତ୍କୃଷ୍ଟ ମାନର ଅନୁଭୂତି ପ୍ରଦାନ କରିବା ସହିତ ସମ୍ପୂର୍ଣ୍ଣ ମାଗଣା ଓ ଦୃତ ଡ଼େଲିଭରୀ ପ୍ରଦାନ କରିବ ଏବଂ ବିଗ୍ ଫେଷ୍ଟିବ୍ ସିଜିନ୍ ସେଲ୍ସ ଭଳି ପ୍ରମୂଖ ସେଲ୍ ଇଭେଣ୍ଟମାନଙ୍କୁ ଶୀଘ୍ର ପରିଚାଳନା କରିବାରେ ଗ୍ରାହକମାନଙ୍କୁ ସହାୟକ ହେବ ।
ଏଥି ସହିତ ଏହାର ଶୁଭାରମ୍ଭ ପରେ ସମସ୍ତ ଫ୍ଲିପକାର୍ଟ ଗ୍ରାହକମାନେ ପ୍ରତ୍ୟେକ ଅର୍ଡ଼ରରେ ’ପ୍ଲସ୍ କଏନ୍’ ଜିତିବା ଆରମ୍ଭ ହେବ – ଏହା ହେଉଛି ଗ୍ରାହକଙ୍କ ପାଇଁ ପ୍ରତ୍ୟେକ କ୍ରୟର ଯାତ୍ରାରେ ଅନେକ ସୁବିଧା ପାଇବା ପାଇଁ ଏକ ଚାବି ସଦୃଶ । ଯେତେବେଳେକି ଗ୍ରାହକ ରିୱାର୍ଡ଼ କାଯ୍ୟର୍କ୍ରମ କମ୍ପାନୀର ପ୍ରମୁଖ ବ୍ୟବସାୟରେ ଲାଭ ପ୍ରଦାନ କରିଥାଏ, ସେତେବେଳେ ଫ୍ଲିପକାର୍ଟ ପ୍ଲସ ସହଯୋଗୀ ମାନଙ୍କ ଲାଭ ପାଇଁ ପ୍ରୟାସ କରିଥାଏ, ଯେଉଁଥିରୁ ଗ୍ରାହକମାନେ ମଧ୍ୟ ଚୟନ କରିପାରିବେ । ଏହାର ବିସ୍ତୃତ ପହଞ୍ଚ, ଅନ୍ତର୍ଦୁଷ୍ଟି ଏବଂ ବିଭିନ୍ନ ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବା ଡ଼ିଜାଇନ୍ ସହିତ ଫ୍ଲିପ୍କାର୍ଟ ପ୍ଲସ୍ ନିଜକୁ ଏହି ରିୱାର୍ଡ଼ ଉଦ୍ୟୋଗରେ ସୁପ୍ରତିଷ୍ଠିତ କରାଇପାରିଛି ଏବଂ ଭାରତରେ ଇକମର୍ସ ଉଦ୍ୟୋଗରେ ଏକ ଉତ୍ପ୍ରେରକର ସ୍ଥାନ ନେଇପାରିଛି ।