ଆଠଗଡ : ପୁଲିସକୁ ମାଡ ଅଭିଯୋଗରେ ୫ ଜଣ ଗିରଫ ! ପ୍ରତିବାଦରେ ଥାନା ଘେରିଲେ ମହିଳା, ୩ପ୍ଲାଟୁନ ଫୋର୍ସ ମୁତୟନ କନକ

34

କନକ ବ୍ୟୁରୋ : ମହଙ୍ଗା ପଡିଲା ପୁଲିସକୁ ଆକ୍ରମଣ । ପୁଲିସକୁ ମାଡ ମାରିବା ଅଭିଯୋଗରେ ବନ୍ଧା ହେଲେ ୫ଜଣ । ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁର ଗାଁର ପୁଲିସକୁ ଆକ୍ରମଣ ଅଭିଯୋଗରେ ଆଜି ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ପ୍ରତିବାଦରେ ଗୁରୁଡିଝାଡିଆ ଥାନା ଘେରିଛନ୍ତି କୁମାରପୁର ଗାଁର ମହିଳା । ଏବେବି ଗାଁରେ ଉତେଜନାମୂଳକ ପରିସ୍ଥିତି ଲାଗି ରହିଛି । ଗାଁରେ ଦେଢ଼ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାବେଳେ ଥାନା ପରିସରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି ।

ଗତକାଲି ଆଠଗଡ ଗୁରୁଡିଝାଟିଆ ଥାନା କୁମାରପୁର ଗାଁର ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ କରିଥିଲେ ଅଭିଯୁକ୍ତର ସମର୍ଥକ । କିିଛି ପୁରୁଷ ଓ ମହିଳାଙ୍କ ଆକ୍ରମଣରେ ପୋଲିସର ଗାଡ ମଧ୍ୟ ଭାଙ୍ଗିଥିଲା । ଲୋକଙ୍କ ଆକ୍ରମଣରେ ଆଇଆଇସି ସମେତ ୩ ଜଣ ପୁଲିସ ଆହତ ହୋଇଥିଲେ ।