୨ରେ ଦିଶିବ ପ୍ରଥମ ସୁପରମୁନ୍ ! ଆକାଶରେ ଦେଖାଯିବ ବଡ ଓ ଉଜ୍ଜଳ ଚନ୍ଦ୍ର

16

କନକ ବ୍ୟୁରୋ : ଆସନ୍ତାବର୍ଷ ଜାନୁଆରୀ ୨ରେ ଆକାଶରେ ଦେଖାଯିବ ‘ସୁପରମୁନ୍’ । ୨୦୧୮ର ପ୍ରଥମ ସୁପର ମୁନ ଆସନ୍ତା ମଙ୍ଗଳବାର ଦେଖାଯିବ । ଏହାଛଡା ଜାନୁଆରୀ ୩୧ରେ ମଧ୍ୟ ଆଉ ଏକ ସୁପରମୁନ୍ ଦେଖାଯିବ । ଅଥାର୍ତ ଗୋଟିଏ ମାସରେ ଦୁଇଥର ଦେଖାଯିବ ସୁପରମୁନ୍ । ମଙ୍ଗଳବାର ରାତିରେ ୨୦୧୮ର ପ୍ରଥମ ସୁପରମୁନ୍ ଦେଖାଯିବାକୁ ଥିବା ବେଳେ ଏହା ପୂର୍ବରୁ ଡିସେମ୍ବର ୩ ତାରିଖରେ ଶେଷଥର ପାଇଁ ସୁପରମୁନ ଦେଖିବାକୁ ମିଳିଥିଲା । ଏହାଛଡା ଜାନୁଆରୀ ୩୧ ତାରିଖରେ ଦେଖାଯିବା ସୁପରମୁନ ସମୟରେ ଚନ୍ଦ୍ରଗ୍ରହଶ ସଂଗଠିତ ହେବ ବୋଲି ଜଣା ପଡିଛି ।

ସୁପରମୁନ ଦେଖାଯିବ ଦିନ ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୭% ବଡ ଦେଖାଯିବ । ଏହାସହ ଅନ୍ୟଦିନ ଅପେକ୍ଷା ୨୫% ପ୍ରତିଶତ ଉଜ୍ଜଳ ମଧ୍ୟ ଦେଖାଯିବ । ଏଭଳି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିହେବ । ଏହାର କୌଣସି ପ୍ରଭାବ ପଡିବନି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।