ବାରିପଦାରେ ଯୁବ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା । କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜାରି

17

କନକ ବ୍ୟୁରୋ : ବାରିପଦାରେ ଯୁବକଙ୍କୁ ଗୁଳିକରି ହତ୍ୟା । ପାଲବଣି ଗୋଲେଇ ନିକଟସ୍ଥ ୧୮ନମ୍ବର ଜାତୀୟ ରାଜପଥ କଡରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ । ମୃତ ଯୁବକ ଜଣକ ବାରିପଦା ଷ୍ଟେସନ ବଜାର ଅଂଚଳର ପାର୍ଥସାରଥୀ ଦାସ ବୋଲି ଜଣାପଡିଛି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରିଛି ସେ ନେଇ କୌଣସି ସୂଚନା ମିଳିନାହିଁ ।

ବାରିପଦାର ଯୁବ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଘଟଣାରୋ ପୋଲିସ ତଦନ୍ତ କରୁଛି । ତେବେ ଏହା ପୂର୍ବଶତୃତା ନା ଅନ୍ୟ କୌଣସି ଘଟଣା ପାଇଁ ଏପରି ଘଟିଛି ତାକୁ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ ।