ଭୁବନେଶ୍ୱର ବମିଖାଲର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ ! ପୋଡିଗଲା ଆସବାବପତ୍ର, ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ କଲା ଆୟତ

19

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲର ଏକ ବୟଜ ହଷ୍ଟେଲରେ ନିଆଁ ଲାଗିଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ ଦମକଳ ବାହିନୀ ଶୀଘ୍ର ପହଂଚିଥିବାରୁ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାର, ଆଜି ସକାଳେ କୌଣସି କାରଣରୁ ଛାତ୍ରାବାସର କିଛି ପିଲାଙ୍କୁ ପୋଲିସ ଉଠାଇ ନେଇଥିଲା । ପୋଲିସ ଯିବାର କିଛି ସମୟ ପରେ ହଷ୍ଟେଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେପଟେ ଲକ୍ଷ୍ମୀସାଗର ଶନିମନ୍ଦିର ବସ୍ତିରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଟିଏ ଘର ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇଛି ।