ଖାରବେଳ ନଗରରେ ଭୟାବହ ଅଗ୍ନିକାଣ୍ଡ । ସଟସର୍କିଟ ଯୋଗୁଁ ଜଳିଲା ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ

38

କନକ ବ୍ୟୁରୋ : ଖାରବେଳ ନଗର ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆରେ ଲାଗିଛି ନିଆଁ । ଜଳିଗଲା କମ୍ପ୍ୟୁଟର ଓ ଆସବାବ ପତ୍ର । ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା ଏବଂ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ରାତି ପ୍ରାୟ ୨ଟା ୧୫ ମିନିଟ ସମୟରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ତେବେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।