ପୂର୍ବତଟ ରେଳବାଇକୁ ଜରିମାନା

38

ଯାଜପୁର : ପୂର୍ବତଟ ରେଳବାଇକୁ ଜରିମାନା । ବିନା ଅନୁମତିରେ ରେଲୱେ ସାଇଡିଂ ନିର୍ମାଣ ଅଭିଯୋଗରେ ପୂର୍ବତଟ ରେଳବାଇକୁ ନେସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ବା ଏନଜିଟି ୫୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଯାଜପୁର ଜିଲ୍ଲା ଜଖପୁରା ରେଲୱେ ଷ୍ଟେସନରେ ଏହି ରେଲୱେ ସାଇଡିଂ ନିର୍ମାଣ ଚାଲିଥିଲା । ଅଶ୍ୱିନୀ କୁମାର ଧଳ କରିଥିବା ଆବେଦନର ଶୁଣାଣି କରି ଏନଜିଟିର କୋଲକତା ଶାଖା ଏହି ନିର୍ଦେଶ ଦେଇଛନ୍ତି । ସେହିପରି ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ମକଦ୍ଦମା ଖର୍ଚ୍ଚ ଦେବାକୁ ମଧ୍ୟ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତକ୍ରାଳୀନ ଜିଲ୍ଲାପାଳଙ୍କ  ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବଙ୍କ ଭୂମିକାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ଗତବର୍ଷ ଏପ୍ରିଲ ମାସରେ ରେଲୱେ ସାଇଡିଂ ଚଳାଇବା ପାଇଁ ଅନୁମତି ଦେବାକୁ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଅନୁରୋଧ କରି ଚିଠି ଲେଖିଥିଲେ । ପରେ ରେଲୱ ସାଇଡିଂ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ ଅଶ୍ୱିନୀ କୁମାର ଧଳ ।