ସାହିଦଙ୍କୁ ଦେଖି ଡରିଯାଇଥିଲେ ତାଙ୍କ ଶ୍ୱଶୁର

84

ସାହିଦ୍ କପୁର । ବଲିଉଡର ଜଣେ ଲୋକପ୍ରିୟ ଅଭିନେତା । ଫିଲ୍ମର ଚରିତ୍ର ଚିତ୍ରଣରେ ଦେଖାନ୍ତି ଅସଲ ଅଭିନୟ । ଫିଲ୍ମର ଚରିତ୍ର ଅନୁଯାୟୀ ସାହିଦ ନିଜ ଗେଟଅପ୍ ବଦଳାଇବା ଦ୍ୱାରା କିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ନିଜର ଫ୍ୟାନ୍ ମାନଙ୍କୁ କହିଛନ୍ତି ସେକଥା । ସେ ଯେତେବେଳେ ଫିଲ୍ମର ଯେଉଁ ସିରିୟସ ଚରିତ୍ରରେ ଥାଆନ୍ତି ,ସେହି ସମୟରେ ସାହିଦ୍ କେବଳ ସେହି ଚରିତ୍ରରେ ହିଁ ରହିଥାନ୍ତି । ନିଜର ଗେଟଅପକୁ ବି ବଦଳାଇନଥାନ୍ତି । ଏମିତି ଏକ ମଜାଦାର କଥା ସେ କହିଛନ୍ତି ।

downloadସେ ଯେତେବେଳେ ନିଜ ସ୍ତ୍ରୀ ମୀରାକୁ ପ୍ରଥମେ ଭେଟିଥିଲେ । ସେତେବେଳେ ‘ଉଡତା ପଂଜାବ’ଫିଲ୍ମର ଚରିତ୍ର ପାଇଁ ପ୍ରସ୍ତୁତ ହେଉଥିଲେ । ସାହିଦଙ୍କୁ ମୀରାଙ୍କ ବାପା ଅର୍ଥାତ ତାଙ୍କ ଶ୍ୱଶୁରଙ୍କୁ ପ୍ରଥମ ଥର ପାଇଁ ଭେଟିବାକୁ ଥିଲା । ସାହିଦ୍ ଦିଲ୍ଲୀରେ ଥିବା ତାଙ୍କ ଫାର୍ମ ହାଉସରେ ତାଙ୍କୁ ଭେଟିଥିଲେ । ସେତେବେଳେ ଉଡତା ପଂଜାବ’ଫିଲ୍ମର ଲୁକରେ ହିଁ ଥିଲେ ସାହିଦ୍ । ଫିଲ୍ମର କ୍ୟାରେକ୍ଟର ଅନୁଯାୟୀ ସେ ନିଜର କେଶ ଲମ୍ବା ଓ ରଂଗୀନ୍ କରିଥିଲେ । ଏବଂ ଦେହରେ ଟାଟୁ ବି କରିଥିଲେ । ସେହି ଦିନ ସେ ନିଜର ଚୁଟିବି ବାନ୍ଧି ଥିବା ସହ ଢିଲା ପାଇଜାମା ପିନ୍ଧିଥିଲେ । ଏହା ଦେଖି ତାଙ୍କର ଶ୍ୱଶୁର ଡରିଯାଇଥିଲେ । ଯେତେବେଳେ ଘରର ଡୋର୍ ଖୋଲିଥିଲେ ସାହିଦଙ୍କୁ ଭିନ୍ନ ଗେଟଅପରେ ଦେଖି ଚମକି ପଡିଥିଲେ । କହିଥିଲେ ମୋ ଝିଅ ଏମିତିକା ପୁଅକୁ ପସନ୍ଦ କରି ଫସି ଯାଇଛି । ପରେ ଚିହ୍ନି ତାରିଫ୍ କରିଥିଲେ ସାହିଦଙ୍କୁ ।

1409405107_Latesthdwallpapersଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରକୁ ନେଇ ପରୀକ୍ଷା ନିରୀକ୍ଷା କରିବା ସହ ନିଜ ଚେହେରାକୁ ବି ଭିନ୍ନ ଭିନ୍ନ ଢଙ୍ଗରେ ପରୀକ୍ଷା କରିଥାନ୍ତି ସାହିଦ୍ କପୁର । ଏହା କରିବାକୁ ତାଙ୍କୁ ଖୁବ୍ ମଜା ଲାଗିଥାଏ ବୋଲି କହନ୍ତି । ସେ ନିଜର ଚରିତ୍ରକୁ ଠିକ୍ ଭାବେ ଦର୍ଶାଇବା ପାଇଁ ଯାହାବି କରିବାକୁ ପଡୁ ପଛେ ,ତା କରି ଦେଖାଇଥାନ୍ତି । ‘ହାଇଦର’ ଫିଲ୍ମର ଗମ୍ଭୀର ଅଭିନୟ । ଯାହା ତାଙ୍କ ଅଭିନୟ କ୍ୟାରିୟରରେ ସୃଷ୍ଟି କରିଛି ଏକ ମାଇଲଖୁଂଟ । ଏ ଫିଲ୍ମରେ ତାଙ୍କୁ ଲଣ୍ଡା ହେବାକୁ ପଡିଥିଲା । ଆଗକୁ ଆସୁଥିବା ଫିଲ୍ମ ‘ଉଡତା ପଂଜାବ’ପାଇଁ ମଧ୍ୟ ସେ କେବଳ କେଶ ବଢାଇ ନାହାଁନ୍ତି ,ତା ସହ କେଶକୁ ବି ରଂଗୀନ୍ କରିଛନ୍ତି ।

Shahid-Kapoor-1-1024x655 (1)ଫେବୃୟାରୀରେ ରିଲିଜ୍ ହେବାକୁ ଥିବା ‘ରଂଗୁନ୍’ ପାଇଁ ମଧ୍ୟ ସାହିଦଙ୍କ ଗେଟଅପରେ ସେମିତି କିଛି ଭିନ୍ନ ଧରଣର ଝଲକ ଦେଖିବେ ଦର୍ଶକ । ଫିଲ୍ମରେ ଏହିଭଳି ଦମଦାର କ୍ୟାରେକ୍ଟର ଓ ଗେଟଅପ୍ ଯୋଗୁଁ ସାହିଦଙ୍କୁ ତାଙ୍କର ରିୟଲ ଲାଇଫରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।