‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: କୋଇଲା କ୍ଷେତ୍ରରେ ବନ୍ଦ ହେବ ସରକାରଙ୍କ ଏକାଧିକରଣ; କମର୍ସିଆଲ୍ ମାଇନିଂକୁ ମିଳିବ ଅନୁମତି, କୋଇଲା ଖଣିର ହେବ ଖୋଲା ନିଲାମୀ

522

କନକ ବ୍ୟୁରୋ: କରୋନା ମହାମାରୀ ସଂକଟରୁ ଦେଶକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ବଳକା ୨ ଲକ୍ଷ କୋଟି ଟଙ୍କାର ଚତୁର୍ଥ ସେଟ୍ ଘୋଷଣା କରିଛନ୍ତି । ଏହି ଅବସରରେ ଆଜି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟତଃ ୮ଟି ସେକ୍ଟରକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋଲ, ଖଣିଜ ଦ୍ରବ୍ୟ, ପ୍ରତିରକ୍ଷ ଉତ୍ପାଦନ, ବିମାନବନ୍ଦର, ଶକ୍ତି ବଂଟନ, ମହାକାଶ ଗବେଷଣା, ଆଣବିକ ଶକ୍ତି କ୍ଷେତ୍ର ଆଦିରେ ସୁଧାର ଆଣିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ତେବେ ଏହି ମେଗା ପ୍ୟାକେଜରେ କୋଇଲା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । କୋଇଲା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଆଜି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜରେ କୋଇଲା ଖଣିରେ ସରକାରଙ୍କ ଏକାଧିକରଣଙ୍କୁ ବନ୍ଦ କରିଛନ୍ତି । ସେହିଭଳି…

• ବିଶ୍ୱର ତିନୋଟି ବୃହତ୍ତମ କୋଇଲା ସଂରକ୍ଷଣ କ୍ଷମତା ଦେଶ ମଧ୍ୟରେ ଭାରତ ରହିଛି।

• କୋଇଲା ଖଣି ନିଲାମ ପାଇଁ ନିୟମ ସରଳ ହେବ।

• ୫୦ ଟି ନୂତନ କୋଇଲା ବ୍ଲକ ଉପଲବ୍ଧ ହେବ

• କୋଇଲା ଖଣି ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଟଙ୍କା ଦିଆଯିବ

• ସ୍ୱଚ୍ଛ ନିଲାମ ମାଧ୍ୟମରେ ୫୦୦ ଖଣି ବ୍ଲକ ଉପଲବ୍ଧ ହେବ

• କୋଲ ଇଣ୍ଡିଆ ଲିମିଟେଡର ଖଣିଗୁଡିକୁ ମଧ୍ୟ ପ୍ରାଇଭେଟ ସେକ୍ଟରକୁ ପ୍ରଦାନ କରାଯିବ ।

• ଉଚିତ ମୂଲ୍ୟରେ ଅଧିକ କୋଇଲା ମିଳିବ

• କୋଇଲା ଖଣିର ଖୋଲା ନିଲାମୀ କରାଯିବ ।