ପ୍ରତିରକ୍ଷାରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ । ସେନାକୁ ମିଳିବ ଅଧିକ ଶକ୍ତି, ଅତ୍ୟାଧୁନିକ ସହ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବ ଭାରତ । ପ୍ରତିରକ୍ଷା ପାଇଁ କେନ୍ଦ୍ରର ଅଲଗା ବଜେଟ ।

792

କନକ ବ୍ୟୁରୋ: ୨୦ ଲକ୍ଷ କୋଟିର ‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜର ଚତୁର୍ଥ ସେଟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା । ସେନାକୁ ଅଧିକ ଶକ୍ତି ବା ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ପାଇଁ ବଡ଼ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି । ତେଣୁ ଡିଫେନ୍ସ (ପ୍ରତିରକ୍ଷା) କ୍ଷେତ୍ରରେ ମେକ୍ ଇଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯିବ ।

ବିଶେଷ କରି ସୁରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପାଇଁ ଅଲଗା ବଜେଟ୍ । ଏପରିକି କିଛି ଅସ୍ତ୍ରଶସ୍ତ୍ରର ଆମଦାମୀ ଉପରେ କଟକଣା ଲଗାଯିବ । ଆଉ ସବୁଠାରୁ ବଡ଼କଥା ହେଲା କି, ଡିଫେନ୍ସ (ପ୍ରତିରକ୍ଷା)ରେ ଏଫଡିଆଇ ଲିମିଟକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୪୯ ପ୍ରତିଶତ ଥିଲା ଯାହାକୁ ଏବେ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଲକଡାଉନ ବେଳେ ବିଭିନ୍ନ ସେକ୍ଟର ଏବେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆମର ମୂଳ ଲକ୍ଷ୍ୟ ଏହାର ଢ଼ାଞ୍ଚାର ବିକାଶ କରି ଏବଂ ମୂଳଦୂଆକୁ ସଦୃଢ଼ କରିବା । ଆତ୍ମନିର୍ଭର ଭାରତ ପାଇଁ ହିଁ ମେକ୍ ଇନ୍ ଇଣ୍ଡିଆ । ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଉପରେ ସରକାରଙ୍କ ଗୁରୁତ୍ୱ ।

ସେହିପରି ୱାନ ନେସନ୍ ୱାନ୍ ମାର୍କେଟ୍ । ଭାରତରେ ନିବେଶ କରିବା ବିଶ୍ୱର ପ୍ରମୁଖ ଦେଶମାନଙ୍କର ପ୍ରଥମ ପସନ୍ଦ । ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟତଃ ୮ଟି ସେକ୍ଟରକୁ ନେଇ ବଡ଼ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେପହିପରି କୋଇଲା କ୍ଷେତ୍ରର ବିକାଶ ପାଇଁ ୫୦ ହାଜର କୋଟି ଏହି ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜରେ ଫୋକସ୍ ଦିଆଯାଇଛି ।

କୋଇଲା ଖଣିର ନିଲାମୀ ପ୍ରକ୍ରିୟା ସରଳୀକରଣ କରାଯିବ । କୋଇଲା କ୍ଷେତ୍ରରେ କର୍ମସିଆଲ ମାଇନିଂ ହେବ, ୫୦୦ ମାଇନିଂ ବ୍ଲକର ନିଲାମୀ କରାଯିବ । ଆଉ ବଡ଼ ଘୋଷଣା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, କୋଇଲା କ୍ଷେତ୍ରରେ ସରକାରଙ୍କ ଏକାଧିକାରଣ ପ୍ରଥା ବନ୍ଦ କରାଯିବ । ତେବେ ଏହି ପ୍ୟାକେଜ୍ ଲୋ ଦେଖାଣିଆ ନୁହେଁ, ଏହା ଭାରତକୁ ସଶକ୍ତ ଏବଂ ଆତ୍ମନିର୍ଭର କରିବାର ପ୍ୟାକେଜ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂଳ ଉଦ୍ଦେଶ୍ୟ ଦେଶକୁ ଆତ୍ମ ନିର୍ଭର କରାଇବା । ସଙ୍କଟ ସମୟରେ ସ୍ୱାବଲମ୍ବୀ ହୋଇ ଆଗକୁ ବଢ଼ିବା ।