ଥମୁନି ଚାଷୀ ଅତ୍ମହତ୍ୟା : ମରୁଡି ଓ ଋଣବୋଝ ନେଲା ପୁଣି ଜଣେ ଚାଷୀଙ୍କ ଜୀବନ

24

ସମ୍ବଲପୁର ବ୍ୟୁରୋ,କନକ ନ୍ୟୁଜ୍ : ସମ୍ବଲପୁର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମରୁଡି ସହାୟତା ରାଶି ନମିଳିବାରୁ ଟାମ୍ପରକେଲା ଗାଁର ସାଧୁ କିସାନ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସାଧୁ ନିଜର ୪ ଏକର ଜମି ଓ ୩ ଏକର ଭାଗ ଜମିରେ ଧାନ ଚାଷ ପାଇଁ ୭୦ ହଜାର ଟଙ୍କା ଋଣ ନେଇଥିଲେ । ତେବେ ଏହାକୁ ଶୁଝିନପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।