ପେଥାଇ ପରେ ଚାଷୀଙ୍କ ଉପରେ ଦାଉ ସାଜୁଛି ହାତୀ ପଲ ! ଫସଲ ଖାଇବା ସହ ଦଳି ଚକଟି କରୁଛନ୍ତି ନଷ୍ଟ, ଚିନ୍ତାରେ ଚାଷୀ ।

ପେଥାଇ ପରେ ଚାଷିଙ୍କ ଚିନ୍ତା ବଢାଇଛି ହାତୀ ପଲ । ବାତ୍ୟାରେ ଫସଲ ନଷ୍ଟ ହୋଇଯିବା ପରେ ଚାଷୀ କୂଳ ହତାସ ହୋଇପଡିଛନ୍ତି ।

116
କନକ ବ୍ୟୁରୋ: ପେଥାଇ ପରେ ଚାଷିଙ୍କ ଚିନ୍ତା ବଢାଇଛି ହାତୀ ପଲ । ବାତ୍ୟାରେ ଫସଲ ନଷ୍ଟ ହୋଇଯିବା ପରେ ଚାଷୀ କୂଳ ହତାସ ହୋଇପଡିଛନ୍ତି । ହୋଇଥିବା କ୍ଷୟକ୍ଷତିକୁ ପୁଣିଥରେ ଭରଣ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଭଳି ସମୟରେ ହାତୀଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ହାତୀ ପଲ ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଯାହା ଫଳରେ ରାତି ଉଜାଗର ହାତୀପଲକୁ ଜଗୁଛନ୍ତୀ ଚାଷୀ ।
କେନ୍ଦୁଝର ଜିଲା ଘସିପୁରା ବ୍ଲକର ଆଦିବାସୀ ବହୁଳ ବିରଗୋବିନ୍ଦପୁର ପଚାଂୟତ ଶାଲୁକଡାହିି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ଏଠାକାର ୯୦ ଭାଗ ଲୋକ ଆଦିବାସୀ ଓ ଗରୀବ ଶ୍ରେଣୀର । ଜଙ୍ଗଲ ନିକଟରେ ରହୁଥିବାରୁ ସବୁ ବେଳେ ହାତୀ ଓ ଭାଲୁ ଭୟ । ୩ ଦିନ ହେବ ୧୫ ଟି ହାତି ପଲ ପାଚିଲା ଧାନ ଖାଇବାକୁ ଜଙ୍ଗଲରୁ ଗାଁ ମୁହାଁ ହୋଇଛନ୍ତି । ଯାହା ଖାଉଛନ୍ତି ତାଠାରୁ ଅଧିକ ନଷ୍ଟ କରୁଛନ୍ତି । ଚାଷୀ ମାନେ ପୁରା ହତାଶ ହୋଇ ପଡିଛନ୍ତି । କଣ କରିବେ କିପରି ହାତୀ ପଲକୁ ଘଉଡାଇବେ କିଛି ବୁଦ୍ଧି ଦିଶୁନାହିଁ ।
କିଛି ଦିନ ହେବ ଏଇ ଭଳି ହାତୀ ଆତଙ୍କ ରେ ଗ୍ରାମବାସୀ ମାନେ ଭୟଭିତ ହୋଇଥିବା ବେଳେ ବନ ବିଭାଗ ମଧ୍ୟ ହାତି ପଲକୁ ଘଉଡାଇବାକୁ ଚେଷ୍ଟା ଚଲାଇଛି  । ଜଙ୍ଗଲ ନିକଟରେ ଗ୍ରାମବାସୀ ମାନେ ରହୁଥିବାରୁ ହାତୀ ତାର ଚଲାବୁଲା କରୁଥିବା ବେଳେ ଗ୍ରାମ ମୁହାଁ ହୋଇଯାଉଛି ବୋଲି ସଫେଇ ଦେଇଛନ୍ତୀ ଆନନ୍ଦପୁର ଡିଏଫଓ । ସେହା ଏହା ମଧ୍ୟ କହିଛନ୍ତି କି, କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷତିପୂରଣ ଦେବା ସହ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରିବେ ବୋଲି ଆଶ୍ୱସନା ଦେଇଛନ୍ତି ।