ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ! ଢ଼େଙ୍କାନାଳ ସଦର ଥାନା ନୂଆଗାଁର ଚାଷୀ ଅରୁଣ ବରାଳଙ୍କର ମୃତ୍ୟୁ

23

କନକ ବ୍ୟୁରୋ : ପୁଣି ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ । ଢ଼େଙ୍କାନାଳ ସଦର ଥାନା ନୂଆଗାଁରେ ଚାଷୀ ଅରୁଣ ବରାଳ ଋଣଭାର ସହିନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି । କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅରୁଣଙ୍କର ମୃତ୍ୟୁ ହୋଇଛି ।

ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । ଅରୁଣ ବ୍ୟାଙ୍କରୁ ଋଣ ଆଣି ଚାଷ କରିବା ସହିତ ହାତ ଉଦ୍ଦାରି ମଧ୍ୟ ଆଣିଥିଲେ ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ।